Masthead

ନବୀନ ନିବାସରେ ବିଜେଡିର ଟିକେଟ କସରତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ନିବାସରେ ଟିକେଟ କସରତ । ଯେଉଁଠି ଦ୍ୱନ୍ଦ୍ୱ ତାକୁ ପ୍ରଥମେ ଫାଇନାଲ କରାଯାଉଛି । ପ୍ରଥମେ ପୁରୀ ଓ ପରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଉପରେ ହୋଇଛି ଆଲୋଚନା । ପୁରୀ ସଂସଦୀୟ ନେତାଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି ।

 

ଅରୁଣ ସାହୁ, ଉମାକାନ୍ତ ସାମନ୍ତରାୟ, ସଞ୍ଜୟ ଦାସବର୍ମା, ପ୍ରଶନ୍ନ ପାଟଶାଣୀ, ଅରୂପ ପଟ୍ଟନାୟକ, ରୁଦ୍ର ପ୍ରତାପ ମହାରଥୀ, ସତ୍ୟନାରାୟଣ ପ୍ରଧାନ, ଶୁଭାଶିଷ ଖୁଣ୍ଟିଆ, ସୁନୀଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ପର୍ଯ୍ୟବେକ୍ଷକଙ୍କ ସହ ଆଲେଶଚନା କରିଛନ୍ତି ନବୀନ ପଟ୍ଟନାୟକ । ଯାହା ଫଳରେ ଖୁବଶୀଘ୍ର ବିଜେଡି ନିଜର ପ୍ରାର୍ଥୀ ତାଲିକ ଘୋଷଣା କରିପାରେ ।

 

ସେପଟେ ପୁରୀ ସଂସଦୀୟ କ୍ଷେତ୍ରର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲେଶଚନା ହୋଇଥିବା କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ । ସମସ୍ତ ନିର୍ବାଚନ ମଣ୍ଡଳୀରେ କେମିତି ବିଜେଡି ଶକ୍ତି ବୃଦ୍ଧି କରିବା ସହ ସାଙ୍ଗଠନିକ ପ୍ରକ୍ରିୟାକୁ ବଢେଇବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିବା କହିଛନ୍ତି ଅରୁଣ । ଜନସାଧାରଣଙ୍କ ଅଧିକ ନିକଟକର ହେବାକୁ ରୋଡ ମ୍ୟାପ ପ୍ରସ୍ତୁତ କରିଛି ବିଜେଡି । ସେପଟେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ବରିଷ୍ଠ ବିଜେଡି ନେତା ଓ ପର୍ଯ୍ୟପେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ବୈଠକରେ ପ୍ରତାପ ଦେବ, ଅଂଶୁମାନ ମହାନ୍ତି, ଧ୍ରୁବ ସାହୁ, ଅରବିନ୍ଦ ମହାପାତ୍ର, ଶଶୀଭୂଷଣ ବେହେରା, ପ୍ରଫୁଲ୍ଲ ସାହୁ, ସାବିତ୍ର ଅଗ୍ରୱାଲ ଉପସ୍ଥିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ