Masthead

ଆଇଏସଆଇଏସର ଭାରତ ମୁଖ୍ୟ ଗିରଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇଏସଆଇଏସର ଭାରତ ମୁଖ୍ୟ ଗିରଫ । ଆଇଏସଆଇଏସର ଭାରତ ମୁଖ୍ୟ ହେଲେ ଆତଙ୍କବାଦୀ ହରିଶ ଆଜମଲ ଫାରୁକି । ଆସାମର ଧୁବରୀଠାରେ ଥିବା ଭାରତ-ବାଂଲାଦେଶ ସୀମାରେ ଥିବା ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ଉଭୟଙ୍କୁ ଗିରଫ କରାଯାଇଛି। ହାରିଶ ଫାରୁକିଙ୍କ ସହ ତାଙ୍କର ଜଣେ ସହଯୋଗୀ ରେହାନଙ୍କୁ ବି ବାନ୍ଧିଛି STF । ଧର୍ମଶାଳାର ଧୁବ୍ରି ଅଂଚଳରୁ ଆତଙ୍କବାଦୀ ହରିଶ ଆଜମଲ ଫାରୁକିକୁ ଧରିଛି ସ୍ପେଶାଲ ଟାସ୍କ ଫୋର୍ସ। ବାଂଲାଦେଶ ସୀମାରୁ ଭାରତରେ ପ୍ରବେଶ କରିଥିବା ଫାରୁକିକୁ ଗିରଫ କରାଯାଇଛି।ତାର ସହଯୋଗୀ ଅନୁରାଗ ସିଂ ଓରଫ ରେହାନକୁ ବି ଗିରଫ କରାଯାଇଛି। ସେମାନଙ୍କୁ ଗିରଫ କରି ଗୌହାଟି ଆଣିଛି ଏସଟିଏଫ୍‌ ।

ତଦନ୍ତରୁ ଜଣାପଡ଼ିଛି ଯେ, ହରିଶର ଘର ଡେରାଡୁନର ଚକ୍ରତାରେ ହୋଇଥିବା ବେଳେ ରେହାନର ଘର ପାନିପଥ ଦିୱାନା ଅଂଚଳରେ। ହରିଶ ଫାରୁକି ଓରଫ ଆଜମଲ ଫାରୁକି ଡେରାଡୁନ୍‌ର ଚକରାତାରେ ରହୁଥିଲା । ସେ ଆଇଏସଆଇଏସ୍‌ର ଇଣ୍ଡିଆ ମୁଖ୍ୟ । ସେହିଭଳି ତାର ସହଯୋଗୀ ଅନୁରାଗ ସିଂହ ଓରଫ ରେହାନ ଧର୍ମାନ୍ତରଣ ଜରିଆରେ ଇସଲାମ ଗ୍ରହଣ କରିଥିଲା ।ଅନୁରାଗର ସ୍ତ୍ରୀ ବାଂଲାଦେଶ ନାଗରିକ । ଦୁଇ ଜଣ ଆଇଏସଏସ୍‌ର କୁଖ୍ୟାତ ସଦସ୍ୟ ।

ଉଭୟ ହରିଶ ଏବଂ ଅନୁରାଗ ଏନଆଇଏର ୱାଣ୍ଟେଡ୍ ଥିଲେ। ଭାରତରେ ଆତଙ୍କବାଦୀ ସଂଗଠନ ଆଇଏସ୍ ପାଇଁ ନିଯୁକ୍ତି, ଟେରର ଫଣ୍ଡିଂ ସହ ଅନେକ ଆତଙ୍କବାଦୀ କାର୍ୟ୍ୟକଳାପରେ ଉଭୟ ସାମିଲ ଥିବା ଏସଟିଏଫ୍ କହିଛି। ଏନଆଇଏଏ ଟିଏସ, ଦିଲ୍ଲୀ ଏବଂ ଲକ୍ଷ୍ନୌରେ ଉଭୟଙ୍କ ନାଁରେ ଅନେକ ମାମଲା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ