Masthead

ବିଦ୍ୟୁତ୍ ନାହିଁ ତ ଟଙ୍କା ନାହିଁ

ବୀରମହାରାଜପୁର (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟାଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ସେବା ସମ୍ପୂର୍ଣ ବିଫଳ ହେଉଥିବା ଦେଖିବାକୁ ମିଳିଛି । ଟିକିଏ ବିଦ୍ୟୁତ୍ କାଟ ହେଲେ ଏହି ବ୍ୟାଙ୍କର କାରବାର ଠପ ହୋଇପଡୁଛି । ଏହି ବ୍ୟାଙ୍କ ଉପରେ ସଂଗ୍ରାମପୁର, ପିତାମହୁଲ,କମିରା,ସୁବଳୟା ପ୍ରଭୁତି ପଞ୍ଚାୟତର ଲୋକେ ଟଙ୍କା ନେଣନେଣ କାରବାର କରିଥାନ୍ତି । ମୁଖ୍ୟତଃ ଅଞ୍ଚଳର ସ୍କୁଲ ,ଅଙ୍ଗନବାଡି, ଏସଏଚଜି ଗୋଷ୍ଠୀ ଟଙ୍କା ନେବା ଆଣିବା କରିଥାନ୍ତି ।

ସୁବଳୟା ଏକ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବାରୁ ମୁଖ୍ୟତଃ ଜନସାଧାରଣ ଏହି ବ୍ୟାଙ୍କରୁ ଟଙ୍କା ନେଣନେଣ କରିଥାନ୍ତି । କେତେବେଳେ ଏହି ବ୍ୟାଙ୍କର ଲିଙ୍କ ଫେଲ୍ ତ ଆଉ କେତେବେଳେ ବିଦ୍ୟୁତ୍ ସମସ୍ୟା ଲାଗି ରହିଥାଏ । ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । କେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ବ୍ୟାଙ୍କରେ ଜେନେରେଟର୍ କିମ୍ବା ଇନଭଟର୍ ସାଂଯୋଗ କରିବେ ଓ ଠିକ ଭାବରେ ଗ୍ରାହକମାନଙ୍କୁ ସେବା ଯୋଗାଇଦେବ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା