Masthead

ସରିଲା ଭସାଣି

କଟକ, (ବଡ଼ ଖବର ବ୍ୟୁରୋ): ଭକ୍ତଙ୍କଠାରୁ ମା’ ନେଇଛନ୍ତି ମେଲାଣି । ମା’ଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଭକ୍ତ । ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଭସାଣି । ଏଥର କରୋନା କଟକଣା ଲାଗି ଅଧିକ ବାଜା, ବାଣ, ସାଜସଜ୍ଜା ଓ ଭକ୍ତଙ୍କ ଭିଡ଼ ନ ଥିଲା । କଟକର ସମସ୍ତ ପୂଜା ମଣ୍ଡପର ମୂର୍ତ୍ତି ବିସର୍ଜନ ହୋଇଛି । କୋଭିଡ୍ ନିୟମ ପାଳନ କରି ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯାଇଛି । କଟକ ହେଉଛି ଭାଇଚାରାର ସହର । ପୂଜା ମଣ୍ଡପର ସଦସ୍ୟମାନେ ସରକାରଙ୍କ ଗାଇଡ ଲାଇନକୁ ସମ୍ମାନ ଦେଇ ଭସାଣି କରିଛନ୍ତି ।

କଟକଣାକୁ ମାନିଥିବାରୁ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କଟକ ଡିସିପି ପ୍ରତୀକ ସିଂ । କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ ଓ ସମ୍ପାଦକ ଭିକାରୀ ଦାସ ସମସ୍ତ ପୂଜା କମିଟି ନିୟମ ମାନି ବିସର୍ଜନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି । କରୋନା କଟକଣା ଲାଗି ଚଳିତବର୍ଷ ଫିକା ପଡ଼ିଛି ଭସାଣପର୍ବ । ବିନା ଲାଇଟ୍ ସାଉଣ୍ଡରେ ବିଦାୟ ନେଇଛନ୍ତି ମା’ । ଆସନ୍ତାବର୍ଷ ଅପେକ୍ଷାରେ ଭକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା