Masthead

ଦିଲ୍ଲୀରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ଆସିପାରେ ବିଜେପିର ପ୍ରାର୍ଥୀ ତାଲିକା । ଦିଲ୍ଲୀରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଉପସ୍ଥିତ ମନମୋହନ ସାମଲ ଓ ମାନସ ମହାନ୍ତି । ଓଡ଼ିଶା ସହ ୯ରୁ ଅଧିକ ରାଜ୍ୟର ପ୍ରାର୍ଥୀ ସମ୍ପର୍କରେ ଆଲୋଚନା । ଲୋକସଭା ସହ ବିଧାନସଭା ଉପରେ ବାଜିପାରେ ମୋହର । ୨୧ ଲୋକସଭା, ୧୪୭ ବିଧାନସଭାରେ ଲଢିବ ବିଜେପି । ନିର୍ବାଚନକୁ ଆହୁରି ଦୁଇ ମାସ ଅଛି । କର୍ମୀ କାମରେ ଲାଗିଗଲେଣି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଖୁବଶୀଘ୍ର ଓଡ଼ିଶା ପାଇଁ ଆସିପାରେ ବିଜେପି ଲୋକସଭାପ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ନେତୃତ୍ୱ ହେବିୱେଟଙ୍କ ଉପରେ ମୋହର ମାରିପାରେ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ସର୍ବାଙ୍ଗେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢିବା ଏକ ପଅଭାକର ଫାଇନାଲ ବୋଲି ଆଭାସ ମିଳି ସାରିଛି । ସେପଟେ ଭୁବନେଶ୍ୱର ପାଇଁ ଅପରାଜିତା ଓ ପୁରୀ ଲୋକସଭା ପାଇଁ ସମ୍ବିତ ପାତ୍ରଙ୍କ ନାଁରେ ମୋହର ମାରିବ ବୋଲି ଜଣାପଡ଼ିଛି । ସେପଟେ ସୁନ୍ଦରଗଡ଼ରୁ ଜୁଏଲ ଓରାମ, ବଲାଙ୍ଗିରରୁ ସଙ୍ଗୀତା ସିଂଦେଓ ଓ ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀଙ୍କ ନାଁ ଉପରେ ବାଜିପାରେ ମୋହର ।

ସେପଟେ ବିଜେଡି ଓ କଂଗ୍ରେସର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ଦୀର୍ଘ ୨୫ ବର୍ଷ କାର୍ଯ୍ୟରେ ଲୋକେ ପ୍ରାଶଂସା କରିଛନ୍ତି । ବିଜେଡି ଏକପାଖିଆ ଭାବେ ବିଜୟୀ କରିଆସୁଛି । ଦୃଢ ନେତୃତ୍ୱ ନବୀନଙ୍କ ହୃଦୟରେ ଅଛି । ନିର୍ବାଚନରେ ଆମେ ଭଲ କରିବୁ । ସେପଟେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ଆମ ନାରା ହେଉଛି ନବୀନ ହଟିବେ ଓଡ଼ିଶା ହସିବ । ମିଳିତ ସରକାର ରାଜ୍ୟକୁ ଖୋଳ କରିସାରିଛନ୍ତି । ବିଜେଡି-ବିଜେପି ଯେଉଁଠି ଭ୍ରଷ୍ଟାଚାର ସେଇଠି । ଦିନ କେଇଟା ପରେ ଭୋଟ । ଏହାରି ଭିତରେ ସମସ୍ତ ରାଜନୈତିକ ଦଳ ଭିଡ଼ିଲେଣି ଅଂଟା । ସମୟ କହିବ କିଏ ଜନମତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ