Masthead

କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲର ରୋମାଞ୍ଚକର ମ୍ୟାଚରେ ହାଇଦ୍ରାବାଦକୁ ହରାଇଲା କେକେଆର । ପ୍ରଥମେ ବ୍ୟାଟିଂ କରି କେକେଆର ୭ ଉଇକେଟରେ ୨୦୮ ରନ୍‌ କରିଥିଲା। ଜବାବରେ ସନରାଇଜର୍ସ ୭ ଉଇକେଟରେ ୨୦୪ ରନ୍‌ କରିଥିଲା। ଅନ୍ତିମ ୪ ଓଭରରେ ୭୬ ରନ୍‌ ଆବଶ୍ୟକ ଥିବା ବେଳେ ହେନରିଚ୍‌ କ୍ଲାସେନ୍‌ ଧୂଆଁଧାର ୬୩ ରନ୍‌ କରିଥିଲେ। ତେବେ ଶେଷ ଓଭରରେ ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ବଳରେ କେକେଆର ବିଜୟୀ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା କେକେଆର ୫୧ ରନ୍‌ରେ ୪ ଟପ୍‌ ଅର୍ଡର ଖେଳାଳିଙ୍କୁ ହରାଇଥିଲା। ତେବେ ଆନ୍ଦ୍ରେ ରସେଲଙ୍କ ୬୪ଞ୍ଚ, ଫିଲ୍‌ ସଲ୍ଟଙ୍କ ୫୪ ଓ ରମଣଦୀପ ସିଂଙ୍କ ୩୫ ରନ୍‌ ବଳରେ କେକେଆର ୨୦୮ ରନ୍‌ରେ ପହଞ୍ଚିଥିଲା। ଆନ୍ଦ୍ରେ ରସେଲ୍‌ ମାତ୍ର ୨୫ ବଲ ଖେଳି ସେ ୩ ଚୌକା ଓ ୭ ଛକା ମାରିଥିଲେ। ସନରାଇଜର୍ସ ପକ୍ଷରୁ ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ଅଭିଷେକ ଶର୍ମା ୩୨ରନ୍‌ ଲେଖାଏ କରିଥିଲେ।

ହ୍ରାଇଦ୍ରାବାଦ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା । କିନ୍ତୁ ଦଳ ପକ୍ଷରୁ ସେପରି କେହି ବଡ ଇନିସ ଖେଳିପାରିନଥିଲେ । ହେନରିଜ କ୍ଲାସେଁ ଗୋଟିଏ ପଟେ ଠିଆ ହୋଇ ହ୍ରାଇଦ୍ରାବାଦକୁ ବିଜୟର ଦ୍ୱାରକୁ ନେଇଯାଇଥିଲେ । କିନ୍ତୁ ଶେଷ ଓଭରରେ ହର୍ଷିତ ରଣା ଜବରଦସ୍ତ ବୋଲିଂ କରି ଦୁଇଟି ୱିକେଟ ନେବା ସହ ଦଳକୁ ବିଜୟୀ କରାଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ