Masthead

ଧରାହେଲେ ଲାଞ୍ଚୁଆ ସିଡିପିଓ

ସେମିଳିଗୁଡ଼ା (ବଡ଼ ଖବର ବ୍ୟୁରୋ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଏକ ଏସଏଚଜି ଗୃପ ପାଇଁ ୯ଲକ୍ଷ ଟଙ୍କାର ମିଛ ବିଲ କରାଇଦେବା କହି ୧ଲକ୍ଷ୭୫ ହଜାର ଟଙ୍କ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ କିଟ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଯେଉଁ ଗୃପ ଅଧିକ ଟଙ୍କା ଲାଞ୍ଚ ଦେଉଥିଲା ତାକୁ କିଟ ବଣ୍ଟନ ଦାୟୀତ୍ୱ ଦିଆଯାଉଥିଲା । ଗତକାଲି ଏକ ଏସଏଚଜି ଗୃପ ଠାରୁ ଲାଞ୍ଚ ନେଉଥିବା ସମୟରେ ଜୟପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଥିଲା । ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ସ୍ମିତାରଣୀଙ୍କ କାର୍ଯ୍ୟାଳୟ ସମେତ ସେମିଳିଗୁଡ଼ା ସତ୍ୟ ନଗରରେ ଥିବା ବାସଭବନ ଉପରେ ଚଢଉ କରିଥିଲା । ଦୁର୍ନିତି ନିବାରଣ ସପ୍ତାହ ପାଳନ ଚାଲିଥିବା ବେଳେ ଭିଜିଲାନ୍ସ ଜାଲ ରେ  ପଡ଼ିଛନ୍ତି ନ୍ତି ନନ୍ଦପୁର ସିଡିପିଓ ସ୍ମିଗ୍ଧାରାଣୀ ।

ପୂର୍ବରୁ ମଧ୍ୟ ଆୟବହିଃର୍ଭୁତ ସମ୍ପତି ଠୁଲ ମାମଲରେ ସ୍ମିଗ୍ଧାରାଣୀଙ୍କ ଘରେ ରେଡ ମାରିଥିଲା ଭିଜିଲାନ୍ସ । ୨୦୧୬ ମସିହା ମାର୍ଚ୍ଚରେ ସେମିଳିଗୁଡ଼ା ସିଡିପିଓ ଥିବା ସମୟରେ ଏହି ରେଡ ହୋଇଥିଲା । ଏହି ସମୟରେ କଳାହାଣ୍ଡି ଜିଲ୍ଲା ଏରମପୁର ଠାରେ ତାଙ୍କ ନାରେ ଅନେକ ଜମି, ୫ ଦାମି ଗାଡି,ବ୍ୟାଙ୍କରେ ଟଙ୍କା ଓ ସୁନା ଅଳଙ୍କାର ସହ ୮୦ରୁ ୯୦ଲକ୍ଷ ଟଙ୍କାର ସମ୍ପତି ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ । ଖାଲି ସେତିକୁ ନୁହେଁ ଏମ ରାମପୁରରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ନାରେ ବହୁ ଅଭିଯୋଗ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ