Masthead

ICUରେ ଭର୍ତ୍ତି ହେଲେ କୁଖ୍ୟାତ ଡନ୍ ମୁଖ୍‌ତାର ଅନସାରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଲ୍‌ରେ ସ୍ଲୋ ପଏଜନ ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ କରୁଥିବା ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା କୁଖ୍ୟାତ ମାଫିଆ ଡନ୍‌ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଛି। ତାଙ୍କୁ ଲକ୍ଷ୍ନୌସ୍ଥିତ ମେଡିକାଲ କଲେଜରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ବାନ୍ଦା ସ୍ଥିତ ହସ୍ପିଟାଲ ଆଇସିୟୁରେରେ ତାଙ୍କର ଚିକିତ୍ସା ଚାଲିଛି । ଏନେଇ ହସ୍ପିଟାଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କିଛି ଦିନ ପୂର୍ବରୁ ମୁଖ୍‌ତାର ଅନସାରୀ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ ।

ତାଙ୍କୁ କେହି ବିଷ ଦେଇ ମାରିବାର ଷଡ଼ଯନ୍ତ୍ର କରୁଛି ବୋଲି କୋର୍ଟରେ କହିଥିଲେ । ସୂଚନାରୁ ପ୍ରକାଶ ମୁଖ୍‌ତାର ଅନସାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ନେଇ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଜେଲ ପ୍ରଶାସନ ଚୁପ୍ ଅଛନ୍ତି । ତେବେ ନିକଟରେ ମୁଖ୍‌ତାରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବହେଳା ଯୋଗୁଁ ଜଣେ ଜେଲର ଏବଂ ୨ ଡେପୁଟି ଜେଲରଙ୍କୁ ସସପେଣ୍ଡ୍ କରାଯାଇଥିଲା । ଅପରପକ୍ଷରେ ମୁଖ୍‌ତାର ଅନମସାରୀ କୋର୍ଟରେ ଏକ ଆବେଦନ କରିଥିଲେ ଯେ ମାର୍ଚ୍ଚ ୧୯ରେ ତାଙ୍କୁ ବିଷାକ୍ତ ଖାଦ୍ୟ ଦିଆଯାଇଥିଲା । ଏହା ପରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ