Masthead

ଖାଇଗଲେ ସରକାରୀ ଟଙ୍କା

କୋଣାର୍କ, (ବଡ଼ ଖବର ବ୍ୟୁରୋ): ବାଟମାରଣା ହେଉଛି ସରକାରୀ ଟଙ୍କା । ଲୋକଙ୍କ ସୁବିଧା ଲାଗି ସରକାର କୋଟି କୋଟି ଟଙ୍କା ରାଜକୋଷରୁ ବ୍ୟୟ କରୁଛନ୍ତି । କିଛି ମୁଷ୍ଟିମେୟ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଲାଗି ବାଟମାରଣା ହେଉଛି କୋଟି କୋଟି ଟଙ୍କା । ପୁରୀ ଜିଲ୍ଲା ଗୋପ ବ୍ଲକ ସୋରଭା ପଞ୍ଚାୟତରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ବିଭିନ୍ନ ସରକାରୀ ଯୋଜନାରେ ଆସିଥିବା ଅର୍ଥକୁ ସରପଞ୍ଚ ଓ ତାଙ୍କର କିଛି ସମର୍ଥକ ମିଶି ଆତ୍ମସାତ କରିଥିବା ଅଭିଯୋଗ ହେଉଛି ।

ରାସ୍ତ, ଗାଧୁଆ ତୁଠ, ଶ୍ମଶାନ ଘାଟ, ପାନୀୟ ଜଳଟ୍ୟାଙ୍କ ଓ ନଦୀତୁଠ ପାହାଚ କାମ ଲାଗି ମଞ୍ଜୁର ହୋଇଛି ଲକ୍ଷାଧିକ ଟଙ୍କା । କାମ ନ କରାଇ ସରପଞ୍ଚ ବିଲ କରାଇ ଟଙ୍କା ଆତ୍ମସାତ କରିଛନ୍ତି । କିଛି ସରକାରୀ କର୍ମଚାରୀଙ୍କୁ ହାତ କରି ଏଭଳି କରୁଛନ୍ତି ସରପଞ୍ଚ । ଶ୍ମଶାନଘାଟ ଲାଗି ଆସିଥିବା ଟଙ୍କାକୁ ବ୍ୟକ୍ତିଗତ କାମରେ ଲଗାଇଥିବା ମାନିଛନ୍ତି ସରପଞ୍ଚଙ୍କ ଖାସଲୋକ ଅବନୀ ବେହେରା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା