Masthead

ଓକିଲଗୁଡ଼ା ପଥର କ୍ୱାରି ବିସ୍ଫୋରଣ ମାମଲରେ ଆଉ ୩ ଗିରଫ

ଗୁଣୁପୁର, (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଓକିଲଗୁଡ଼ା ପଥର କ୍ୱାରୀ ବିସ୍ଫୋରଣ ମାମଲାରେ ଆଉ ତିନିଜଣଙ୍କୁ ଗିରଫ କଲା ଗୁଣୁପୁର ପୋଲିସ । ଏହି ଘଟଣାରେ ମୋଟ ଚାରିଜଣଙ୍କୁ ଗିରଫ କରିଛି ପୋଲିସ । ଗତ ୧୬ ତାରିଖରେ ଗୁଣୁପୁର ତହସିଲ ଅନ୍ତର୍ଗତ ଓକିଲଗୁଡ଼ା ପଥର କ୍ୱାରିରେ ବିସ୍ଫୋରଣ ଘଟି ୩ଜଣଙ୍କ ଜୀବନ ଯାଇଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଥିଲେ । ଖୋଳତାଡରୁ ବେଆଇନ ପଥର ବ୍ଲାଷ୍ଟିଂ କରାଯାଉଥିବା ନେଇ ଜଣାପଡ଼ିଥିଲା । ଏହି ଘଟଣାରେ ସ୍ଥାନୀୟ ତହସିଲଦାରଙ୍କୁ ନିଲମ୍ବିତ କରିଥିଲେ ସରକାର ଓ ଜଣେ ଏଆରଆଇଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିଲେ । କ୍ୱାରିରେ ଡ୍ରିଲିଂ କରୁଥିବା ହରିଶ୍ଚନ୍ଦ୍ର ଶବରଙ୍କୁ ପୁର୍ବରୁ ଗିରଫ କରାଯାଇଥିବା ବେଳେ କ୍ୱାରି ମାଲିକ ପ୍ରତାପ ଯୋଗୀଙ୍କ ସମେତ ତାଙ୍କୁ ଦୁଇ ପୁଅ ପ୍ରଦୀପ ଓ ଘାଷିକୁ ମଙ୍ଗଳବାର ଗିରଫ କରିଛି ଗୁଣୁପୁର ପୋଲିସ । ବିସ୍ଫୋରଣ ପରଠାରୁ ଏମାନେ ଫେରାର ଥିଲେ । ମୋବାଇଲ ଟ୍ରାକିଂ କରି ପୋଲିସ ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରି ସହ ଗୋଟଏ ହିଟାଚି ମେସିନ ଓ ଡ୍ରିଲିଂ ମେସିନକୁ ମଧ୍ୟ ଜବତ କରାଯାଇଛି । ଦଫା ୨୮୬, ୩୨୪, ୩୬୨, ୩୦୪, ୨୦୧ ୩୪ଆଇପିସି, ଭଳି ଦଫାରେ କୋର୍ଟ ଚାଲଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି