Masthead

ବୃଦ୍ଧାଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ

ଉଦଳା, (ବଡ଼ ଖବର ବ୍ୟୁରୋ): କପ୍ତିପଦା ଥାନା ବେଲଡିହା ଗାଁର ଶର୍ମାମଣୀ ସେଠୀଙ୍କ ମୃତଦେହ ଠାବ ହୋଇଛି । ବୁଧବାର ସକାଳୁ ତାଙ୍କ ଘର ଭିତରୁ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଶର୍ମାମଣୀଙ୍କ ପୁଅ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ଲାଗି ପଠାଇ ତଦନ୍ତ ଜାରି ରଖିଛି ପୋଲିସ । ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଦୁଇଦିନ ହେବ ଶର୍ମାମଣୀ ଘରୁ ବାହାରକୁ ବାହାରି ନ ଥିଲେ । ବାହାରେ ରହୁଥିବା ତାଙ୍କ ପୁଅଙ୍କୁ ପଡୋଶୀ ଖବର ଦେବା ପରେ ଗାଁକୁ ଆସିଥିଲେ । ତାଙ୍କ ପୁଅ ଆସି କବାଟ ଭାଙ୍ଗଥିଲେ । ଘର ଭିତରେ ଶର୍ମାମଣୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏ ନେଇ କପ୍ତିପଦା ଥାନାକୁ ଖବର ଦେଇଥିଲେ । ଶର୍ମାମଣୀଙ୍କ ଦେହରେ କ୍ଷତ ବିକ୍ଷତ ଚିହ୍ନ ରହିଥିବା ବେଳେ ଘରର ମାଟିକାନ୍ଥ ଭାଙ୍ଗଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଶର୍ମାମଣୀଙ୍କ ପୁଅ । ପୋଲିସ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ