Masthead

ବିଜେଡି ନେତାଙ୍କ ଶିକ୍ଷାନୁଷ୍ଠାନରେ ଆଇଟି ରେଡ୍‌

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଶିକ୍ଷାନୁଷ୍ଠାନ ଉପରେ ଆଇଟି ରେଡ୍‌ । ଭୁବନେଶ୍ବର ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚାଲିଛି ଚଢ଼ାଉ । ପୂର୍ବରୁ ବି ଆୟକର ଟିମ୍ ପକ୍ଷରୁ ରେଡ୍‌ ହୋଇଥିଲା । ଗତବର୍ଷ ମଧ୍ୟ ତାଙ୍କ ଶିକ୍ଷାନୁଷ୍ଠାନରେ ହୋଇଥିଲା ଚଢ଼ାଉ । ଭୁବନେଶ୍ୱର ସ୍ଥିତ ତାଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଚାଲିଥିବା ସୂଚନା ମିଳିଛି । ତେବେ ଏନେଇ ସୁବ୍ରତ ଛାଟୋଇଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।ଭୋର ୪ ଟାରୁ ଏହି ରେଡ ଆରମ୍ଭ ହୋଇଛି । ତେବେ କେତୋଟି ଟିମ ଏହି ରେଡରେ ସାମିଲ ଅଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଏକା ସାଙ୍ଗରେ ତାଙ୍କର ଘର ଓ ବ୍ୟବସାୟିକ ପ୍ରତିଷ୍ଠାନୱରେ ରେଡ ଚାଲିଛି । ଗତବର୍ଷ ମେ ମାସରେ ମଧ୍ୟ ସମାନ ତରିକାରେ ଉକ୍ତ କୋଚିଂ ସେଣ୍ଚରରେ ଜିଏସଟି ରେଡ ହୋଇଥିଲା । ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ଫାଙ୍କିବା ନେଇ ସେତେବେଳେ ମଧ୍ୟ ସୁବ୍ରତଙ୍କ ଉପରେ ଅଭିଯୋଗ ହୋଇଥିଲା । ପରେ ପରେ ଏନେଇ ମାମଲା ରୁଜୁ କରାଯିବା ସହ ସୁବ୍ରତଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ତେବେ ବର୍ତ୍ତମାନର ଆୟକର ବିଭାଗ ତରଫରୁ ହୋଇଥିବା ରେଡରେ ସବିଶେଷ ତଥ୍ୟ ମିଳିପାରିନାହିଁ । କେବଳ ଏକା ସାଙ୍ଗରେ ତାଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା