Masthead

ଆଜି ଆସିବ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଛି ମାନସମନ୍ଥନ । ଆଜି ଘୋଷଣା ହୋଇପାରେ କଂଗ୍ରେସ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତିଙ୍କ ସୂଚନା । ମୋଟ ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ କେତେ ପର୍ଯ୍ୟାୟରେ ଟିକେଟ୍ ଘୋଷଣା ହେବ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ପ୍ରଥମ ପର୍ଯ୍ୟାୟରେ ୧୨ ଲୋକସଭା ଆସନ ଏବଂ ୫୨ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇପାରେ ବୋଲି ସୂଚନା ମିଳିଛି ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ସ୍କ୍ରିନିଂ କମିଟି ବୈଠକ ଶେଷ ପରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ସରିଛି । ଏହି ବୈଠକରେ ଓଡ଼ିଶାର ଅଧିକାଂଶ ଆସନ ନେଇ ତର୍ଜମା କରାଯାଇଛି । ଖୁବଶୀଘ୍ର ଆଗାମୀ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । କେଉଁ କେଉଁ ଆସନରେ କିଏ କିଏ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି । ସେନେଇ ତର୍କ ବିତର୍କ ହୋଇଛି । ଟିକେଟ ବଣ୍ଟନରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ସେହିପରି ଦଳ ଛାଡୁଥିବା ନେତାଙ୍କ ସଂପର୍କରେ କହିଛନ୍ତି ଯେ, ନିର୍ବାଚନ ସମୟରେ ଏଭଳି ସ୍ଥିତି ଦେଖାଯାଏ । କେବଳ କଂଗ୍ରେସରେ ହେଉଛି ତାହା ନୁହେଁ, ସାରା ଦେଶରେ ଏମିତି ହେଉଛି । ବିଜେଡି ଓ ବିଜେପିର ଅନେକ ନେତା ଦଳ ଛାଡିଛନ୍ତି । ତେଣୁ ଏଥିରେ କିଛି ବ୍ୟସ୍ତ ହେବାର କିଛି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା