Masthead

କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ବକ୍ସର ବିଜେନ୍ଦର ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟ୍‌କା। ବକ୍ସର ବିଜେନ୍ଦ୍ର ସିଂ ହାତ ଛାଡି ପଦ୍ମ ଧରିଛନ୍ତି। ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ବିଜେପି ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ୍‌ ହୋଇଛନ୍ତି। ବିଜେପିରେ ଯୋଗ ଦେବା ପରେ ବିଜେନ୍ଦର କହିଛନ୍ତି. ମୋର ଘରବାହୁଡା ହୋଇଛି । ବହୁତ ଭଲ ଲାଗୁଛି । ବିଜେପି ସରକାର ଯେବେଠାରୁ ଆସିଛି ଦେଶ ଓ ବିଦେଶରେ ଖେଳାଳୀଙ୍କର ମାନ ସମ୍ମାନ ବୃଦ୍ଧି ପାଇଛି ।

ମୁଁ ପୂର୍ବ ଭଳି ବିଜେନ୍ଦର ହିଁ ରହିବି । ଠିକ କଥାକୁ ଠିକ୍ କହିବି ଏବଂ ଭୁଲକୁ ଭୁଲ କହିବାରେ ଟିକିଏ ବି କୁଣ୍ଠାବୋଧ କରିବିନି । ବିଜେନ୍ଦର ସିଂ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେବା ସହ ନିର୍ବାଚନ ଲଢିଥିଲେ । ବିଜେପି ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟରେ ପରାଜିତ ହୋଇଥିଲେ ବିଜେନ୍ଦର । ତେବେ ବିଜେପିରେ ମିଶିବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ । ଉତ୍ତରପ୍ରଦେଶର ମଥୁରାରୁ ବିଜେନ୍ଦର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପିରେ ମିଶିଥିଲେ ମଧ୍ୟ ପ୍ରାର୍ଥୀ ହେବା ନେଇ କୌଣସି ସ୍ପଷ୍ଟ ସଂକେତ ଦେଇନାହାନ୍ତି ବିଜେନ୍ଦର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ