କଂଗ୍ରେସ ପ୍ରାର୍ଥୀକୁ ବିରୋଧ କରି ଆଶାୟୀ ପ୍ରାର୍ଥୀଙ୍କ ଇସ୍ତଫା

ରାୟଗଡା(ବଡ଼ ଖବର ବ୍ୟୁରୋ):ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳିରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ହେବାପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଛି। ଅସନ୍ତୋଷ ହୋଇ ଦଳୀୟ ପଦରୁ ଇସ୍ତଫା ଦେଲେ ଗୁଡାରି ବ୍ଲକ୍ ଯୁବ କଂଗ୍ରେସ ସଭାପତି ଭାସ୍କର ଜାଗରଙ୍ଗା,ଯୁବ କଂଗ୍ରେସ ରାଜ୍ୟ ପ୍ରବକ୍ତା ତଥା ଗୁଣୁପୁର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଅବିନାଶ ଗମାଙ୍ଗ, ଗୁଣୁପୁର ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସ ଏସ ସି ସେଲ୍ ଉପସଭାପତି ରୁନା ବାଉରି,ଗୁଣୁପୁର ନିର୍ବାଚନ ମଣ୍ଡଳିର ୪ଟି ବ୍ଲକ୍ ର ଯୁବ କଂଗ୍ରେସ ସଭାପତି,ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂମ୍ପାଦକ ଅଲେଖ ଚନ୍ଦ୍ର ହିକାବାଡି, ଗୁଣୁପୁର ପୈାରପରିଷଦ ର ଯୁବ କଂଗ୍ରେସ ସଭାପତି ଆଶିଶ୍ ଦାସ ଦଳିୟ ପଦରୁ ଇସ୍ତଫା ଦେଲେ ।

କଂଗ୍ରେସ ଜିଲ୍ଲା ସଭାପତି ବିଜୟ ଗମାଙ୍ଗଙ୍କୁ ନିଜ ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ଅଣ କଂଗ୍ରେସ ପାର୍ଥୀ ସତ୍ୟଜିତ ଗମାଙ୍ଗଙ୍କୁ ପ୍ରାର୍ଥୀ ରୂପେ କଂଗ୍ରେସ ଦଳ ଗୁଣୁପୁର ନିର୍ବାଚନ ମଣ୍ଡଳି ପାଇଁ ଘୋଷଣା କରିଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ପଦବୀ ଛାଡିଛନ୍ତି ଯୁବ କଂଗ୍ରେସ ର ସଭ୍ୟ । ଦଳୀୟ ଟିକେଟ ବଣ୍ଟନ ବେଳେ ଜିଲ୍ଲା ସଭାପତି ଙ୍କ ମତାମତ ନେଇନଥିବା ଦଳୀୟ ଶୃଙ୍ଖଳା ଦୃଷ୍ଟିରୁ ଦଳକୁ ଏକତ୍ରିତ କରି କୈାଣସି ମତାମତ ନେଇନାହାଁନ୍ତି କି ଦଳ ର ବରିଷ୍ଠ ନେତାମାନେ କାହା ସହିତ ଯୋଗଯୋଗରେ ନାହାଁନ୍ତି । ଏଣୁ ସମସ୍ତେ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଜିଲ୍ଲା ସଭାପତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ