Masthead

କଂଗ୍ରେସ ପ୍ରାର୍ଥୀକୁ ବିରୋଧ କରି ଆଶାୟୀ ପ୍ରାର୍ଥୀଙ୍କ ଇସ୍ତଫା

ରାୟଗଡା(ବଡ଼ ଖବର ବ୍ୟୁରୋ):ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳିରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ହେବାପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଛି। ଅସନ୍ତୋଷ ହୋଇ ଦଳୀୟ ପଦରୁ ଇସ୍ତଫା ଦେଲେ ଗୁଡାରି ବ୍ଲକ୍ ଯୁବ କଂଗ୍ରେସ ସଭାପତି ଭାସ୍କର ଜାଗରଙ୍ଗା,ଯୁବ କଂଗ୍ରେସ ରାଜ୍ୟ ପ୍ରବକ୍ତା ତଥା ଗୁଣୁପୁର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଅବିନାଶ ଗମାଙ୍ଗ, ଗୁଣୁପୁର ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସ ଏସ ସି ସେଲ୍ ଉପସଭାପତି ରୁନା ବାଉରି,ଗୁଣୁପୁର ନିର୍ବାଚନ ମଣ୍ଡଳିର ୪ଟି ବ୍ଲକ୍ ର ଯୁବ କଂଗ୍ରେସ ସଭାପତି,ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂମ୍ପାଦକ ଅଲେଖ ଚନ୍ଦ୍ର ହିକାବାଡି, ଗୁଣୁପୁର ପୈାରପରିଷଦ ର ଯୁବ କଂଗ୍ରେସ ସଭାପତି ଆଶିଶ୍ ଦାସ ଦଳିୟ ପଦରୁ ଇସ୍ତଫା ଦେଲେ ।

କଂଗ୍ରେସ ଜିଲ୍ଲା ସଭାପତି ବିଜୟ ଗମାଙ୍ଗଙ୍କୁ ନିଜ ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ଅଣ କଂଗ୍ରେସ ପାର୍ଥୀ ସତ୍ୟଜିତ ଗମାଙ୍ଗଙ୍କୁ ପ୍ରାର୍ଥୀ ରୂପେ କଂଗ୍ରେସ ଦଳ ଗୁଣୁପୁର ନିର୍ବାଚନ ମଣ୍ଡଳି ପାଇଁ ଘୋଷଣା କରିଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ପଦବୀ ଛାଡିଛନ୍ତି ଯୁବ କଂଗ୍ରେସ ର ସଭ୍ୟ । ଦଳୀୟ ଟିକେଟ ବଣ୍ଟନ ବେଳେ ଜିଲ୍ଲା ସଭାପତି ଙ୍କ ମତାମତ ନେଇନଥିବା ଦଳୀୟ ଶୃଙ୍ଖଳା ଦୃଷ୍ଟିରୁ ଦଳକୁ ଏକତ୍ରିତ କରି କୈାଣସି ମତାମତ ନେଇନାହାଁନ୍ତି କି ଦଳ ର ବରିଷ୍ଠ ନେତାମାନେ କାହା ସହିତ ଯୋଗଯୋଗରେ ନାହାଁନ୍ତି । ଏଣୁ ସମସ୍ତେ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଜିଲ୍ଲା ସଭାପତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା