Masthead

ପ୍ରାର୍ଥୀତ୍ବକୁ ନେଇ କଂଗ୍ରେସରେ ଝଡ଼, ସାଙ୍ଗଠନିକ ପଦପଦବୀରୁ ଇସ୍ତଫା ଦେଲେ ଶତାଧିକ କର୍ମୀ

ରାଇଘର (ବଡ଼ ଖବର ବ୍ୟୁରୋ):  ପ୍ରାର୍ଥୀତ୍ବକୁ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସରେ ଝଡ଼ । କଂଗ୍ରେସ ସାଙ୍ଗଠନିକ ପଦପଦବୀରୁ ଇସ୍ତଫା ଦେଲେ ଶତାଧିକ କର୍ମୀ । ଜିଲ୍ଲା ସଭାପତି ଭୁଜବଳ ମାଝୀଙ୍କ ଦ୍ୱାରା ପ୍ରାଥୀତ୍ୱ ଚୟନରେ ପରିବାରବାଦ ଅଭିଯୋଗ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସରେ ଝଡ଼ ଦେଖାଦେଇଛି । ରାଜ୍ୟ କଂଗ୍ରେସର ପ୍ରାର୍ଥୀ ଚୟନ ଓ ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀଙ୍କ ଦ୍ୱାରା କର୍ମୀଙ୍କୁ ଅଣଦେଖା ସହ ପରିବାରବାଦ କରାଯାଉଥିବା ଅଭିଯୋଗ କରି ଜିଲ୍ଲା କଂଗ୍ରେସରେ ପରିବାରବାଦକୁ ଗୁରୁତ୍ୱ ଦିଆଯାଇଥିବା ଅଭିଯୋଗ କର୍ମୀ ଓ ଆଶାୟୀ ପ୍ରାର୍ଥୀ ପଦପଦବୀରୁ ସାମୂହିକ ଇସ୍ତଫା ପ୍ରଦାନ ହେଇଛନ୍ତୀ। ପିସିସି ସଭାପତିଙ୍କୁ ଏନେଇ ଇସ୍ତଫା ପତ୍ର ପଠାଇଛନ୍ତି ।

ଏହା ସହିତ ଜିଲ୍ଲା ସଭାପତି ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ଟିକେଟ ବଣ୍ଟନ କରିଥିବା ଅଭିଯୋଗ କରିଛନ୍ତି। ଦଳରେ ରହିବୁ କିନ୍ତୁ ପଦବୀରେ ନୁହଁ ବୋଲି ଏଭଳି ମତ ଦେଇଛନ୍ତି କର୍ମୀମାନେ । ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀ, ଶଳା ଦିଲୀପ ପ୍ରଧାନୀ ,ଏବଂ ପୁତୁରା ଅନାମ ଦିଆନଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ଅଣଦେଖା କରାଯାଇଛି । ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତର୍ନ କରାଯାଉ ନଚେତ ଆଗାମୀ ଦିନରେ କଠୋର ନିଷ୍ପତ୍ତିି ନେବୁ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି କଂଗ୍ରେସ କର୍ମୀ । ଏହା ସହିତ ଆଗାମୀ ଦିନରେ ସମସ୍ତେ ମିଳିମିଶି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି କର୍ମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି