ପ୍ରାର୍ଥୀତ୍ବକୁ ନେଇ କଂଗ୍ରେସରେ ଝଡ଼, ସାଙ୍ଗଠନିକ ପଦପଦବୀରୁ ଇସ୍ତଫା ଦେଲେ ଶତାଧିକ କର୍ମୀ

ରାଇଘର (ବଡ଼ ଖବର ବ୍ୟୁରୋ):  ପ୍ରାର୍ଥୀତ୍ବକୁ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସରେ ଝଡ଼ । କଂଗ୍ରେସ ସାଙ୍ଗଠନିକ ପଦପଦବୀରୁ ଇସ୍ତଫା ଦେଲେ ଶତାଧିକ କର୍ମୀ । ଜିଲ୍ଲା ସଭାପତି ଭୁଜବଳ ମାଝୀଙ୍କ ଦ୍ୱାରା ପ୍ରାଥୀତ୍ୱ ଚୟନରେ ପରିବାରବାଦ ଅଭିଯୋଗ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସରେ ଝଡ଼ ଦେଖାଦେଇଛି । ରାଜ୍ୟ କଂଗ୍ରେସର ପ୍ରାର୍ଥୀ ଚୟନ ଓ ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀଙ୍କ ଦ୍ୱାରା କର୍ମୀଙ୍କୁ ଅଣଦେଖା ସହ ପରିବାରବାଦ କରାଯାଉଥିବା ଅଭିଯୋଗ କରି ଜିଲ୍ଲା କଂଗ୍ରେସରେ ପରିବାରବାଦକୁ ଗୁରୁତ୍ୱ ଦିଆଯାଇଥିବା ଅଭିଯୋଗ କର୍ମୀ ଓ ଆଶାୟୀ ପ୍ରାର୍ଥୀ ପଦପଦବୀରୁ ସାମୂହିକ ଇସ୍ତଫା ପ୍ରଦାନ ହେଇଛନ୍ତୀ। ପିସିସି ସଭାପତିଙ୍କୁ ଏନେଇ ଇସ୍ତଫା ପତ୍ର ପଠାଇଛନ୍ତି ।

ଏହା ସହିତ ଜିଲ୍ଲା ସଭାପତି ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ଟିକେଟ ବଣ୍ଟନ କରିଥିବା ଅଭିଯୋଗ କରିଛନ୍ତି। ଦଳରେ ରହିବୁ କିନ୍ତୁ ପଦବୀରେ ନୁହଁ ବୋଲି ଏଭଳି ମତ ଦେଇଛନ୍ତି କର୍ମୀମାନେ । ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀ, ଶଳା ଦିଲୀପ ପ୍ରଧାନୀ ,ଏବଂ ପୁତୁରା ଅନାମ ଦିଆନଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ଅଣଦେଖା କରାଯାଇଛି । ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତର୍ନ କରାଯାଉ ନଚେତ ଆଗାମୀ ଦିନରେ କଠୋର ନିଷ୍ପତ୍ତିି ନେବୁ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି କଂଗ୍ରେସ କର୍ମୀ । ଏହା ସହିତ ଆଗାମୀ ଦିନରେ ସମସ୍ତେ ମିଳିମିଶି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି କର୍ମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ