Masthead

କେଉଁଠୁ ଲଢ଼ିବେ ଚିରଞ୍ଜିବୀ ?

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ୱାଳ ବିଜେଡିରେ ଯୋଗ ଦେଇଛନ୍ତି । ସେ ପୂର୍ବରୁ ଜଗତସିଂହପୁରର ବିଧାୟକ ଥିଲେ । ବିଜେଡି ଏବେର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁଣି ଥରେ ଟିକେଟ ଦେଇଛି । ତେବେ ପ୍ରଶ୍ନ ଉଠୁଛି ଚିରଞ୍ଜିବୀ ବିଶ୍ୱାଳ କେଉଁଠୁ ଲଢ଼ିବେ । ଏହି ଚର୍ଚ୍ଚା ଭିତରେ ୩ଟି ଜାଗାର ନାଁ ସାମ୍ନାକୁ ଆସିଛି । ବାଲିକୁଦା-ଏରସମା, କଟକ-ବାରବାଟୀ ଓ ବାଲେଶ୍ୱର । ବାଲିକୁଦା ଏରସମାରେ ବିଜେଡିରେ ରଘୁନନ୍ଦନ ଦାସ ଅଛନ୍ତି । ସେ ଗତଥର ବିଜେପିରୁ ଆସି ବିଜେଡିରେ ମିଶିଥିଲେ । ସେ ସେତେବେଳେ ବିଜେପିରୁ ଲଢ଼ିଥିବା ଦାମୋଦର ରାଉତଙ୍କୁ ହରାଇଥିଲେ । ଏହା ଭିତରେ ରାଜନୀତିରେ ଅନେକ ପାଣିପାଗ ବଦଳିଗଲାଣି । ବିଜେଡିରେ ମିଶି ପରଲୋକ ଗମନ କଲେଣି ଦାମୋଦର ରାଉତ । ଏବେର ବିଧାୟକ ରଘୁନନ୍ଦନ ଦାସଙ୍କର ବିଜୁ ଜନତା ଦଳର ପାୱାରଫୁଲ୍ ନେତାଙ୍କ ସହ ସମ୍ପର୍କ ଖରାପ ହୋଇଥିବା ମଧ୍ୟ ଚର୍ଚ୍ଚା ହୁଏ ।

ଏହି ସବୁ ଚର୍ଚ୍ଚା ଭିତରେ ଏଥର ତାଙ୍କର ଟିକେଟ କଟିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ସ୍ଥାନରେ ଚିରଞ୍ଜିବୀଙ୍କୁ ବିଜେଡି ଟିକେଟ ଦେଇପାରେ । କିନ୍ତୁ ଏମିତି ମଧ୍ୟ ଚର୍ଚ୍ଚା ହେଉଛି ବାପି ସର୍ଖେଲ ବା ତାଙ୍କ ପତ୍ନୀ ପାରାଦୀପରେ ବିଜେଡିରୁ ଟିକେଟ ନେଇପାରନ୍ତି । ସେମାନେ ଯଦି ପାରାଦୀପରୁ ଲଢ଼ିଲେ, ତେବେ ଦାମଙ୍କ ପୁଅକୁ ବାଲିକୁଦା ଏରସମା ପଠାଇପାରେ ବିଜେଡି । ଯଦି ଏମିତି ହୁଏ ତେବେ ଚିରଞ୍ଜିବୀ ବିଶ୍ୱାଳ କଟକ ବାରବାଟିରୁ ଲଢ଼ିପାରନ୍ତି । ସମସ୍ତେ ଜାଣିଛନ୍ତି ଚିରଞ୍ଜିବୀଙ୍କ ବାପା ବସନ୍ତ ବିଶ୍ୱାଳଙ୍କର କଟକ ପ୍ରତି ଏକ ବିଶେଷ ଅବଦାନ ରହିଛି । ସେପଟେ ପୂର୍ବରୁ ଏଠାରେ ବିଜେଡିରେ ପ୍ରତିନିଧିତ୍ୱ କରୁଥିବା ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯାଇସାରିଛନ୍ତି ।

ସେପଟେ ଦେବାଶିଷ ହେଉଛନ୍ତି ଚିରଞ୍ଜିବୀଙ୍କ ସମ୍ପର୍କୀୟ । ଏସବୁ ଦୃଷ୍ଟିକୋଣରୁ ଯଦି ଦେଖିବା ତେବେ କଟକ ବାରବାଟୀ ଚିରଞ୍ଜିବୀଙ୍କ ପାଇଁ ଏକ ସୁରକ୍ଷିତ ଆସନ ହୋଇପାରେ । ଅନ୍ୟପରେ ଏହାର ଆଉ ଏକ କାରଣ ହେଲା ଯେହେତୁ ସେଠାରେ କଂଗ୍ରେସର ମହମ୍ମଦ ମୋକିମ ସାଂଗଠନିକ ଦୃଷ୍ଟିରୁ ବହୁତ ଷ୍ଟ୍ରଙ୍ଗ । ତେଣୁ ଚିରଞ୍ଜିବୀ ଛିଡାହେଲେ, ସେ ବିଜେଡି ଭୋଟ ପାଇବା ସହ କଂଗ୍ରେସ ଭୋଟକୁ ବି ଭାଗ ଭାଗ କରିପାରିବେ । ଯେହେତୁ ସେ କଂଗ୍ରେସରୁ ଆସିଛନ୍ତି । ସେପଟେ ବିଜେଡି ୨୦ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ବାକିରହିଛି ବାଲେଶ୍ୱର ଲୋକସଭା ଆସନ । ବାଲେଶ୍ୱରରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚାଲିଛି ମାନସମନ୍ଥନ । ଏହାରି ଭିତରେ ଚିରଞ୍ଜିବୀଙ୍କୁ ଦଳ ବାଲେଶ୍ୱରରୁ ସାଂସଦ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ