Masthead

କେଉଁଠୁ ଲଢ଼ିବେ ଚିରଞ୍ଜିବୀ ?

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ୱାଳ ବିଜେଡିରେ ଯୋଗ ଦେଇଛନ୍ତି । ସେ ପୂର୍ବରୁ ଜଗତସିଂହପୁରର ବିଧାୟକ ଥିଲେ । ବିଜେଡି ଏବେର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁଣି ଥରେ ଟିକେଟ ଦେଇଛି । ତେବେ ପ୍ରଶ୍ନ ଉଠୁଛି ଚିରଞ୍ଜିବୀ ବିଶ୍ୱାଳ କେଉଁଠୁ ଲଢ଼ିବେ । ଏହି ଚର୍ଚ୍ଚା ଭିତରେ ୩ଟି ଜାଗାର ନାଁ ସାମ୍ନାକୁ ଆସିଛି । ବାଲିକୁଦା-ଏରସମା, କଟକ-ବାରବାଟୀ ଓ ବାଲେଶ୍ୱର । ବାଲିକୁଦା ଏରସମାରେ ବିଜେଡିରେ ରଘୁନନ୍ଦନ ଦାସ ଅଛନ୍ତି । ସେ ଗତଥର ବିଜେପିରୁ ଆସି ବିଜେଡିରେ ମିଶିଥିଲେ । ସେ ସେତେବେଳେ ବିଜେପିରୁ ଲଢ଼ିଥିବା ଦାମୋଦର ରାଉତଙ୍କୁ ହରାଇଥିଲେ । ଏହା ଭିତରେ ରାଜନୀତିରେ ଅନେକ ପାଣିପାଗ ବଦଳିଗଲାଣି । ବିଜେଡିରେ ମିଶି ପରଲୋକ ଗମନ କଲେଣି ଦାମୋଦର ରାଉତ । ଏବେର ବିଧାୟକ ରଘୁନନ୍ଦନ ଦାସଙ୍କର ବିଜୁ ଜନତା ଦଳର ପାୱାରଫୁଲ୍ ନେତାଙ୍କ ସହ ସମ୍ପର୍କ ଖରାପ ହୋଇଥିବା ମଧ୍ୟ ଚର୍ଚ୍ଚା ହୁଏ ।

ଏହି ସବୁ ଚର୍ଚ୍ଚା ଭିତରେ ଏଥର ତାଙ୍କର ଟିକେଟ କଟିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ସ୍ଥାନରେ ଚିରଞ୍ଜିବୀଙ୍କୁ ବିଜେଡି ଟିକେଟ ଦେଇପାରେ । କିନ୍ତୁ ଏମିତି ମଧ୍ୟ ଚର୍ଚ୍ଚା ହେଉଛି ବାପି ସର୍ଖେଲ ବା ତାଙ୍କ ପତ୍ନୀ ପାରାଦୀପରେ ବିଜେଡିରୁ ଟିକେଟ ନେଇପାରନ୍ତି । ସେମାନେ ଯଦି ପାରାଦୀପରୁ ଲଢ଼ିଲେ, ତେବେ ଦାମଙ୍କ ପୁଅକୁ ବାଲିକୁଦା ଏରସମା ପଠାଇପାରେ ବିଜେଡି । ଯଦି ଏମିତି ହୁଏ ତେବେ ଚିରଞ୍ଜିବୀ ବିଶ୍ୱାଳ କଟକ ବାରବାଟିରୁ ଲଢ଼ିପାରନ୍ତି । ସମସ୍ତେ ଜାଣିଛନ୍ତି ଚିରଞ୍ଜିବୀଙ୍କ ବାପା ବସନ୍ତ ବିଶ୍ୱାଳଙ୍କର କଟକ ପ୍ରତି ଏକ ବିଶେଷ ଅବଦାନ ରହିଛି । ସେପଟେ ପୂର୍ବରୁ ଏଠାରେ ବିଜେଡିରେ ପ୍ରତିନିଧିତ୍ୱ କରୁଥିବା ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯାଇସାରିଛନ୍ତି ।

ସେପଟେ ଦେବାଶିଷ ହେଉଛନ୍ତି ଚିରଞ୍ଜିବୀଙ୍କ ସମ୍ପର୍କୀୟ । ଏସବୁ ଦୃଷ୍ଟିକୋଣରୁ ଯଦି ଦେଖିବା ତେବେ କଟକ ବାରବାଟୀ ଚିରଞ୍ଜିବୀଙ୍କ ପାଇଁ ଏକ ସୁରକ୍ଷିତ ଆସନ ହୋଇପାରେ । ଅନ୍ୟପରେ ଏହାର ଆଉ ଏକ କାରଣ ହେଲା ଯେହେତୁ ସେଠାରେ କଂଗ୍ରେସର ମହମ୍ମଦ ମୋକିମ ସାଂଗଠନିକ ଦୃଷ୍ଟିରୁ ବହୁତ ଷ୍ଟ୍ରଙ୍ଗ । ତେଣୁ ଚିରଞ୍ଜିବୀ ଛିଡାହେଲେ, ସେ ବିଜେଡି ଭୋଟ ପାଇବା ସହ କଂଗ୍ରେସ ଭୋଟକୁ ବି ଭାଗ ଭାଗ କରିପାରିବେ । ଯେହେତୁ ସେ କଂଗ୍ରେସରୁ ଆସିଛନ୍ତି । ସେପଟେ ବିଜେଡି ୨୦ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ବାକିରହିଛି ବାଲେଶ୍ୱର ଲୋକସଭା ଆସନ । ବାଲେଶ୍ୱରରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚାଲିଛି ମାନସମନ୍ଥନ । ଏହାରି ଭିତରେ ଚିରଞ୍ଜିବୀଙ୍କୁ ଦଳ ବାଲେଶ୍ୱରରୁ ସାଂସଦ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ