Masthead

ଅଙ୍ଗନୱାଡି କେନ୍ଦ୍ରରେ ଦୁର୍ନୀତି ଅଭିଯୋଗ, ସୁପରଭାଇଜରଙ୍କୁ ଘେରିଲେ ସ୍ଥାନୀୟ ଲୋକେ

ଧର୍ମଶାଳା(ବଡ଼ ଖବର ବ୍ୟୁରୋ): ଅଙ୍ଗନୱାଡି କେନ୍ଦ୍ରରେ ଦୁର୍ନୀତି ଅଭିଯୋଗ ସୁପରଭାଇଜରଙ୍କୁ ଘେରିଲେ ସ୍ଥାନୀୟ ଲୋକେ । ଅଣ୍ଡା, ଛତୁଆ, ମୁଢି ଓ ଶୋଲା ଆଦି ବାଣ୍ଟିବାକୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ମିଳିଛି ଦାୟିତ୍ଵ । ଆଉ ବଣ୍ଟନରେ ଦୁର୍ନୀତି ହେଉଥିବା ନେଇ ଅସନ୍ତୋଷ ବ୍ୟକ୍ତ କରି ସୁପରଭାଇଜରକୁ ଘେରିବାରୁ ସ୍ଥାନୀୟ ପୋଲିସ ଲୋଡା ପଡିଛି। କମ୍ ହେଉ ପଛେ ଯେନତେନ ପ୍ରକାର ବାଣ୍ଟିବାକୁ ପୋଲିସର ସାହାରା ନେଇଥିବା ଲୋକେ ଅଭିଯୋଗ କରିଛନ୍ତି।

ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମାନପୁର ଅଙ୍ଗନୱାଡ଼ି କେନ୍ଦ୍ରରେ । ଦୀର୍ଘଦିନ ହେବ ଏଠାରେ ଛୋଟ ପିଲା, କିଶୋରୀ ବାଳିକା ଓ ଗର୍ଭବତୀମାନଙ୍କୁ କମ ପରିମାଣରେ ପୃଷ୍ଟିକର ଆହାର ଦିଆଯାଉଥିବା ଅଭିଯୋଗ କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।ଅନ୍ୟପଟେ ଦୀର୍ଘଦିନ ହେବ ମାନପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ନାହାନ୍ତି । ଛୋଟପିଲା ପାଠପଢା ସହ, ଗର୍ଭବତୀ ମହିଳାମାନେ ସେବା ପାଇପାରୁ ନଥିବା ମଧ୍ୟ ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା