ମୋଦି ନିଜକୁ ମହାନ ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା ହାନି କରୁଛନ୍ତି: ସୋନିଆ ଗାନ୍ଧୀ

ଜୟପୁର (ବଡ଼ ଖବର ବ୍ୟୁରୋ): କ’ଣ କିଏ ଦେଶ ଉପରେ ବଡ଼ ହୋଇପାରେ? ଯିଏ ତାହା ଭାବେ ତାକୁ ଦେଶବାସୀ ଅସଲ ମୁଖା ଦେଖାଇଦିଅନ୍ତି। ଦୁର୍ଭାଗ୍ୟ ଯେ ଆମ ଦେଶରେ ଏଭଳି ନେତା ଶାସନ କ୍ଷମତାରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏହା କହିଛନ୍ତି । ଲୋକସଭା ନିର୍ବାଚନ ୨୦୨୪ ଲାଗି ସୋନିଆ ଶନିବାର ବଡ଼ ରାଲି କରିଥିଲେ। ଜୟପୁରର ବିଦ୍ୟାଧରନଗରରେ ହୋଇଥିବା ଏହି ରାଲିରେ ସମ୍ବୋଧିତ କରି ସୋନିଆ କହିଛନ୍ତି ଯେ, ମୋଦି ନିଜକୁ ମହାନ ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା ହାନି କରୁଛନ୍ତି। ଆଜି ଆମ ଦେଶର ଗଣତନ୍ତ୍ର ବିପଦରେ ବୋଲି ସେ କହିଛନ୍ତି।

ମୋଦି ଜୀ ନିଜକୁ ମହାନ ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦାକୁ ହାନି ପହଞ୍ଚାଉଛନ୍ତି। ଏହାଛଡ଼ା ସୋନିଆ କହିଛନ୍ତି, ବିରୋଧି ନେତାଙ୍କୁ ଧମକାଇବା, ଡରାଇବା ଏବଂ ବିଜେପିରେ ସାମିଲ ହେବା ଲାଗି କଳବଳ କୌଶଳ ଆପଣାଯାଉଛି। ଆମ ଦେଶ ଗତ ୧୦ ବର୍ଷରେ ଏଭଳି ସରକାର ହାତରେ ଅଛି ଯିଏ ବେରୋଜଗାରୀ, ମହଙ୍ଗାମାଡ଼, ଆର୍ଥିକ ସଙ୍କଟ, ଅସମାନତା ଏବଂ ଅତ୍ୟାଚାରକୁ ପ୍ରଶୟ ଦେବାକୁ ସବୁକିଛି କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ