Masthead

୪୦୦୦ରୁ ଅଧିକ ସାଂସଦ…ପାଟିରୁ ଖସିଗଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୫ ମିନିଟ୍ ଭାଷଣ ରଖିବା ପରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ ନୀତୀଶ କୁମାର । ବିହାର ନୱଡାର ଏକ ନିର୍ବାଚନୀ ସଭାରେ ଏନଡିଏ ନେତା ସାମିଲ ହୋଇଥିଲେ । ସଭାମଞ୍ଚରେ ଉଭୟ ମୋଦୀ ଏବଂ ନୀତୀଶ ଏକାଠି ପାଖାପାଖି ବସିଥିଲେ । ଏହି ସମୟରେ ଦୁଇ ନେତା କୌଣସି ପ୍ରସଙ୍ଗରେ କଥା ହେଉଥିବା ବେଳେ ନୀତୀଶ କୁମାର ମୋଦୀଙ୍କ ପାଦ ଛୁଇଁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ନିକଟରେ ମହାମେଣ୍ଟ ସହ ସଂପର୍କ ତୁଟାଇ ନୀତୀଶ କୁମାର ଏନଡିଏକୁ ଫେରି ବିହାରରେ ସରକାର ଗଢିଛନ୍ତି ।

ତେବେ ଏହାକୁ ସମାଲୋଚନା କରିଛି ଆରଜେଡି । ସେହିପରି ନୀତୀଶ ତାଙ୍କ ଉଦ୍‌ବୋଧନରେ କହିଥିଲେ ଆମେ ପୂରା ଆଶାବାଦୀ ରହିଛୁ ଯେ ଏଥର ଏନ୍‌ଡିଏରେ ୪ ହଜାରରୁ ଅଧିକ ସାଂସଦ ଆସନ ହାସଲ କରିବ। ଆମେ ଜନସାଧାରଣଙ୍କୁ ଏହି ଅନୁରୋଧ କରବାକୁ ଆସିଛୁ। ୪ ହଜାରରୁ ଅଧିକ ସାଂସଦ ଏନ୍‌ଡିଏରୁ ନିର୍ବାଚିତ ହେବେ।’ ସୂଚନାଯୋଗ୍ୟ, ବିହାରରେ ୪୦ ଆସନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏଥର ‘୪୦୦ ପାର୍‌’ ଲକ୍ଷ୍ୟ ରଖିଛନ୍ତି। ନୀତୀଶଙ୍କ ପାଟିରୁ ୪୦୦ ବଦଳରେ ୪୦୦୦ ବୋଲି ଖସିଯିବା ପରେ ସଭାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ