Masthead

୪୦୦୦ରୁ ଅଧିକ ସାଂସଦ…ପାଟିରୁ ଖସିଗଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୫ ମିନିଟ୍ ଭାଷଣ ରଖିବା ପରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ ନୀତୀଶ କୁମାର । ବିହାର ନୱଡାର ଏକ ନିର୍ବାଚନୀ ସଭାରେ ଏନଡିଏ ନେତା ସାମିଲ ହୋଇଥିଲେ । ସଭାମଞ୍ଚରେ ଉଭୟ ମୋଦୀ ଏବଂ ନୀତୀଶ ଏକାଠି ପାଖାପାଖି ବସିଥିଲେ । ଏହି ସମୟରେ ଦୁଇ ନେତା କୌଣସି ପ୍ରସଙ୍ଗରେ କଥା ହେଉଥିବା ବେଳେ ନୀତୀଶ କୁମାର ମୋଦୀଙ୍କ ପାଦ ଛୁଇଁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ନିକଟରେ ମହାମେଣ୍ଟ ସହ ସଂପର୍କ ତୁଟାଇ ନୀତୀଶ କୁମାର ଏନଡିଏକୁ ଫେରି ବିହାରରେ ସରକାର ଗଢିଛନ୍ତି ।

ତେବେ ଏହାକୁ ସମାଲୋଚନା କରିଛି ଆରଜେଡି । ସେହିପରି ନୀତୀଶ ତାଙ୍କ ଉଦ୍‌ବୋଧନରେ କହିଥିଲେ ଆମେ ପୂରା ଆଶାବାଦୀ ରହିଛୁ ଯେ ଏଥର ଏନ୍‌ଡିଏରେ ୪ ହଜାରରୁ ଅଧିକ ସାଂସଦ ଆସନ ହାସଲ କରିବ। ଆମେ ଜନସାଧାରଣଙ୍କୁ ଏହି ଅନୁରୋଧ କରବାକୁ ଆସିଛୁ। ୪ ହଜାରରୁ ଅଧିକ ସାଂସଦ ଏନ୍‌ଡିଏରୁ ନିର୍ବାଚିତ ହେବେ।’ ସୂଚନାଯୋଗ୍ୟ, ବିହାରରେ ୪୦ ଆସନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏଥର ‘୪୦୦ ପାର୍‌’ ଲକ୍ଷ୍ୟ ରଖିଛନ୍ତି। ନୀତୀଶଙ୍କ ପାଟିରୁ ୪୦୦ ବଦଳରେ ୪୦୦୦ ବୋଲି ଖସିଯିବା ପରେ ସଭାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା