Masthead

ଟଙ୍କା ଜବତ ପରେ ତଦନ୍ତ ଆରମ୍ଭ

ବିନିକା (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କଲେଜ ଛକ ଠାରେ ଗତକାଲି ଚେକିଙ୍ଗ କରୁଥିବା ସମୟରେ ଟଙ୍କା ଜବତ ଘଟଣାକୁ ନେଇ ଆୟକର ବିଭାଗ ଆଜି ପହଞ୍ଚି ବିନିକା ଥାନାରେ ଅଧିକ ତଦନ୍ତ କରୁଛି । ଗତକାଲି ବିନିକା ପୋଲିସ କଲେଜ ଛକରେ ଚେକିଙ୍ଗକରୁଥିବା ସମୟରେ ଏକ କାରରୁ ୫୫ ଲକ୍ଷ ୨୦ ହଜାର ନଗଦ ଟଙ୍କା ମିଳିଥିଲା । ସେହି ଟଙ୍କାକୁ ବିନିକା ପୋଲିସ ଜବତ କରି ତଦନ୍ତ କରିବା ସହ ଆୟକର ବିଭାଗକୁ ମଧ୍ୟ ଖବର ଦେଇଥିଲା । ଆଜି ସମ୍ବଲପୁର ଆୟକର ବିଭାଗ ଟିମ ବିନିକା ଥାନାକୁ ଆସି ବିଭିନ୍ନ ଦିଗକୁ ନେଇ ପଚରା ଉଚରା ଜାରି ରଖିଛି ।

ଗତକାଲି କାରରେ ଥିବା ବ୍ୟକ୍ତି ମାନେ ଆନ୍ଧ୍ରପ୍ରଦେଶ କାକିନାଡା ଅଞ୍ଚଳରୁ ଆସି ସୀଙ୍ଗିଯୁବା ଠାରେ ଥିବା ଚାଷ ଜମି ବିକ୍ରି କରିଥିବା ଟଙ୍କା ବୋଲି କହିଛନ୍ତି । ଆୟକର ବିଭାଗ କର୍ମଚାରୀମାନଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ତଦନ୍ତ ରିପୋର୍ଟ ଭୁବନେଶ୍ଵର ଆୟକର ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ପଠାଗଲା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସୂଚନା ମିଳିଛି । ବିନିକା ଥାନାରେ ଆୟକର ବିଭାଗ କର୍ମଚାରୀମାନେ କାର ସହ ଗତକାଲି ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ପଚରା ଉଚରା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ