Masthead

ଟଙ୍କା ଜବତ ପରେ ତଦନ୍ତ ଆରମ୍ଭ

ବିନିକା (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କଲେଜ ଛକ ଠାରେ ଗତକାଲି ଚେକିଙ୍ଗ କରୁଥିବା ସମୟରେ ଟଙ୍କା ଜବତ ଘଟଣାକୁ ନେଇ ଆୟକର ବିଭାଗ ଆଜି ପହଞ୍ଚି ବିନିକା ଥାନାରେ ଅଧିକ ତଦନ୍ତ କରୁଛି । ଗତକାଲି ବିନିକା ପୋଲିସ କଲେଜ ଛକରେ ଚେକିଙ୍ଗକରୁଥିବା ସମୟରେ ଏକ କାରରୁ ୫୫ ଲକ୍ଷ ୨୦ ହଜାର ନଗଦ ଟଙ୍କା ମିଳିଥିଲା । ସେହି ଟଙ୍କାକୁ ବିନିକା ପୋଲିସ ଜବତ କରି ତଦନ୍ତ କରିବା ସହ ଆୟକର ବିଭାଗକୁ ମଧ୍ୟ ଖବର ଦେଇଥିଲା । ଆଜି ସମ୍ବଲପୁର ଆୟକର ବିଭାଗ ଟିମ ବିନିକା ଥାନାକୁ ଆସି ବିଭିନ୍ନ ଦିଗକୁ ନେଇ ପଚରା ଉଚରା ଜାରି ରଖିଛି ।

ଗତକାଲି କାରରେ ଥିବା ବ୍ୟକ୍ତି ମାନେ ଆନ୍ଧ୍ରପ୍ରଦେଶ କାକିନାଡା ଅଞ୍ଚଳରୁ ଆସି ସୀଙ୍ଗିଯୁବା ଠାରେ ଥିବା ଚାଷ ଜମି ବିକ୍ରି କରିଥିବା ଟଙ୍କା ବୋଲି କହିଛନ୍ତି । ଆୟକର ବିଭାଗ କର୍ମଚାରୀମାନଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ତଦନ୍ତ ରିପୋର୍ଟ ଭୁବନେଶ୍ଵର ଆୟକର ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ପଠାଗଲା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସୂଚନା ମିଳିଛି । ବିନିକା ଥାନାରେ ଆୟକର ବିଭାଗ କର୍ମଚାରୀମାନେ କାର ସହ ଗତକାଲି ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ପଚରା ଉଚରା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି