Masthead

ଚାଲାଣ ବେଳେ ୯ ଶ୍ରମିକ ୪ ଶିଶୁ ଉଦ୍ଧାର

ନୂଆପଡ଼ା, (ବଡ଼ ଖବର ବ୍ୟୁରୋ): ନୂଆପଡ଼ାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଶ୍ରମିକ ଚାଲାଣ । ଆଜି ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ଅଞ୍ଚଳରୁ ଟ୍ରେନ ଲାଇନରେ ଚାଲି ଚାଲି ଯାଉଥିବା ସମୟରେ ୯ ଶ୍ରମିକଙ୍କ ସହିତ ୪ ଶିଶୁଙ୍କୁ ଖରିଆର ରୋଡ୍ ଜୋଙ୍କ ଥାନା ପୋଲିସ ଉଦ୍ଧାର କରିଛି। ଜଣେ ଦାଦନ ସର୍ଦ୍ଦାର ଏମାନଙ୍କୁ ଉତ୍ତରପ୍ରଦେଶର ଫୈଜାବାଦକୁ ଚାଲଣ କରୁଥିବା ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରୁ କେତେଜଣ ଛତିଶଗଡ଼ର ହୋଇଥିବା ବେଳେ ଅନ୍ୟ କେତେଜଣ ସ୍ଥାନୀୟ କୋପେତରା ଅଞ୍ଚଳର ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଶ୍ରମିକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଦାଦନ ସର୍ଦ୍ଦାର ଫେରାର ଥିବା ସୂଚନା ମିଳିଛି।

ନୂଆପଡ଼ାରେ ବିଗତ ଦିନରେ ଦାଦନ ଚାଲାଣ ଏକ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ଜିଲ୍ଲାରେ ୧୩ ହଜାର ପଞ୍ଜୀକୃତ ଶ୍ରମିକ ଥିବାବେଳେ ଏହି ସଂଖ୍ୟାଠାରୁ ବହୁତ ଅଧିକ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି। ବାରମ୍ବାର ଏ ଅଭିଯୋଗ ହେଉଥିଲେ ବି ଶ୍ରମ ଅଧିକାରୀ ବା ପ୍ରଶାସନ ଗୁରୁତ୍ୱ ଦେଉନାହାନ୍ତି । କରୋନା ସମୟରେ ବାହାର ରାଜ୍ୟରୁ ପ୍ରାୟ ୭୦ ହଜାର ଶ୍ରମିକ ପଞ୍ଜୀକରଣ କରି ଜିଲ୍ଲାକୁ ଫେରିଥିଲେ ଯାହା ପ୍ରଶାସନ ତଥା ଶ୍ରମ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଥିଲା। ବର୍ତ୍ତମାନ ପୁଣି ଦାଦନ ସର୍ଦ୍ଦାରମାନେ ସକ୍ରିୟ ହେଇଥିବା ବେଳେ ପ୍ରଶାସନ କିପରି ଶ୍ରମିକ ଚାଲାଣକୁ ଅଟକାଇ ପାରୁଛି ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍