Masthead

ଚାଲାଣ ବେଳେ ୯ ଶ୍ରମିକ ୪ ଶିଶୁ ଉଦ୍ଧାର

ନୂଆପଡ଼ା, (ବଡ଼ ଖବର ବ୍ୟୁରୋ): ନୂଆପଡ଼ାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଶ୍ରମିକ ଚାଲାଣ । ଆଜି ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ଅଞ୍ଚଳରୁ ଟ୍ରେନ ଲାଇନରେ ଚାଲି ଚାଲି ଯାଉଥିବା ସମୟରେ ୯ ଶ୍ରମିକଙ୍କ ସହିତ ୪ ଶିଶୁଙ୍କୁ ଖରିଆର ରୋଡ୍ ଜୋଙ୍କ ଥାନା ପୋଲିସ ଉଦ୍ଧାର କରିଛି। ଜଣେ ଦାଦନ ସର୍ଦ୍ଦାର ଏମାନଙ୍କୁ ଉତ୍ତରପ୍ରଦେଶର ଫୈଜାବାଦକୁ ଚାଲଣ କରୁଥିବା ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରୁ କେତେଜଣ ଛତିଶଗଡ଼ର ହୋଇଥିବା ବେଳେ ଅନ୍ୟ କେତେଜଣ ସ୍ଥାନୀୟ କୋପେତରା ଅଞ୍ଚଳର ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଶ୍ରମିକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଦାଦନ ସର୍ଦ୍ଦାର ଫେରାର ଥିବା ସୂଚନା ମିଳିଛି।

ନୂଆପଡ଼ାରେ ବିଗତ ଦିନରେ ଦାଦନ ଚାଲାଣ ଏକ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ଜିଲ୍ଲାରେ ୧୩ ହଜାର ପଞ୍ଜୀକୃତ ଶ୍ରମିକ ଥିବାବେଳେ ଏହି ସଂଖ୍ୟାଠାରୁ ବହୁତ ଅଧିକ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି। ବାରମ୍ବାର ଏ ଅଭିଯୋଗ ହେଉଥିଲେ ବି ଶ୍ରମ ଅଧିକାରୀ ବା ପ୍ରଶାସନ ଗୁରୁତ୍ୱ ଦେଉନାହାନ୍ତି । କରୋନା ସମୟରେ ବାହାର ରାଜ୍ୟରୁ ପ୍ରାୟ ୭୦ ହଜାର ଶ୍ରମିକ ପଞ୍ଜୀକରଣ କରି ଜିଲ୍ଲାକୁ ଫେରିଥିଲେ ଯାହା ପ୍ରଶାସନ ତଥା ଶ୍ରମ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଥିଲା। ବର୍ତ୍ତମାନ ପୁଣି ଦାଦନ ସର୍ଦ୍ଦାରମାନେ ସକ୍ରିୟ ହେଇଥିବା ବେଳେ ପ୍ରଶାସନ କିପରି ଶ୍ରମିକ ଚାଲାଣକୁ ଅଟକାଇ ପାରୁଛି ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି