Masthead

ଆସନ୍ତାକାଲି ଚନ୍ଦନେଶ୍ୱର ଓ କାମୀନାଙ୍କ ବିବାହ ଉତ୍ସବ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱରଙ୍କ ଚଡକ ମେଳାର ସରିଛି ପଞ୍ଚମ ଅର୍ଘ୍ୟ । ଆଜି ହେଉଛି ଚତୁର୍ଥ ଅର୍ଘ୍ୟ । ଜମିବାରେ ଲାଗୁଛି ଚନ୍ଦନେଶ୍ଵର ପଠିରେ ଲକ୍ଷାଧିକ ଭକ୍ତଙ୍କ ଗହଳି । ବାବାଙ୍କ ଆଶୀର୍ବାଦ ପାଇଁ ବ୍ୟାକୁଳ ଭକ୍ତ । ପ୍ରତିବର୍ଷ ଚୈତ୍ରମାସରେ ଚଡ଼କ ପର୍ବ ପାଳନ ହୋଇଥାଏ । ଏହି ଚୈତ୍ର ମାସରେ ବାବା ଚନ୍ଦନେଶ୍ଵର ପ୍ରତ୍ୟକ୍ଷ ଭାବରେ ଅବସ୍ଥାନ କରନ୍ତି ଏବଂ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି କୁହାଯାଏ ବିଶ୍ୱାସ ରହିଛି ।

୧ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ତଥା ୧୨ ଦିନ ଧରି ଚାଲିଛି ଏହି ଚଡ଼କ ଯାତ୍ରା । ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବାରେ ଲାଗିଛି । ଏହି ଚଡ଼କ ଯାତ୍ରା ର ମୁଖ୍ୟ ପର୍ବ ହେଉଛି ନୀଳ କାମିନା ବିବାହ, ନୀଳ ପର୍ବ , ପାଟ ପର୍ବ, ଏହି ନୀଳ ଓ ପାଟ ପର୍ବରେ ୭ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ୨୨ ପ୍ଲାଟୁନ ଫୋର୍ସ ସମେତ ଆଇଜି ଓ ଏସ୍ପି ନିଜେ ତଦାରଖ କରିବା ସହିତ ସିସିଟିଭିର ମଧ୍ୟ ବ୍ୟବସ୍ଥା ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ଗତକାଲି ମହାଦେବ ଶିବଙ୍କ ବିବାହ ପାଇଁ ସ୍ୱୀକୃତି ପର୍ବ ଅନୁଷ୍ଠିତ ହୋଇଥିଲା ।

ଚନ୍ଦନେଶ୍ୱରଙ୍କ ପାରମ୍ପରିକ ବାଦ୍ୟରେ ତାଳେ ତାଳେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ ଓ ଶ୍ରୀବେକଡ଼ି ନିରଞ୍ଜନ ଲେଙ୍କାଙ୍କ ସମେତ ହଜାର ହଜାର ଭକ୍ତ ଭଟ୍ଟପୁର ଗାଁରେ ଥିବା କାମନା ମନ୍ଦିରକୁ ଯାଇଥିଲେ । ସେଠାରେ ଆସନ୍ତାକାଲି ହେବାକୁ ଥିବା ବିବାହ ପାଇଁ ସ୍ୱୀକୃତି କାମ ଶେଷ ହୋଇଥିଲା । ଏହା ପରେ ବାଡ଼ସରିସା ଗାଁର କାଳୀମଣ୍ଡପଠାରେ ବେକଡା ପକାଇବା ପରେ ବିଶେଷ ପୂଜାର୍ଚ୍ଚନା କରାଯାଇ ପୀଠରେ ଅର୍ଘ୍ୟ ପ୍ରଦାନ କରାଯାଇଥିଲା । ଆସନ୍ତାକାଲି ଚନ୍ଦନେଶ୍ୱର ଓ କାମିନାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!