Masthead

ପ୍ରଚାର ପାଇଁ ଅଭାବ ହେଲିକପ୍ଟର, ଭଡ଼ା ମିନିଟକୁ ୩ ହଜାର

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମଧ୍ୟ ଜୋରସୋର୍‌ରେ କରୁଛନ୍ତି। ତେବେ ପ୍ରଚାର ପାଇଁ ହେଲିକପ୍ଟର ଅଭାବ ଦେଖାଦେଇଛି। ବହୁ ରାଜନୈତିକ ଦଳ ପୂର୍ବରୁ ହେଲିକପ୍ଟର ବୁକ୍ କରିସାରିଛନ୍ତି। ଏହି ତାଲିକାରେ ଶାସକ ବିଜେପି ଆଗରେ ରହିଛି।

ଅନ୍ୟ ଦଳମାନେ ବୁକିଂ ପାଇଁ ଘରୋଇ କମ୍ପାନୀର ଦ୍ବାରସ୍ଥ ହେଲେ ମଧ୍ୟ ମହଜୁଦ୍ ଥିବାଜ ୬୦ରୁ ୭୦ ହେଲିକପ୍ଟର ଭଡ଼ା ନେଇ ଛକାପଞ୍ଝା ଜାରି ରହିଛି। ବଡ଼ ରାଜନୈତିକ ଦଳ ବିଜେପି ଏବଂ କଂଗ୍ରେସ ହେଲିକପ୍ଟର ପ୍ରଚାରରେ ବେଶୀ ସମସ୍ୟା ସମ୍ମୁଖୀନ ହେଉ ନ ଥିବା ବେଳେ ଛୋଟ ଦଳ ଆର୍ଥିକ ସ୍ଥିତି ଅନୁସାରେ ପ୍ରଚାରକୁ ନେଇ ସଙ୍କଟରେ ପଡ଼ିଛନ୍ତି। ହେଲିକପ୍ଟରର ଭଡ଼ା ଗତ ୬ମାସ ମଧ୍ୟରେ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ସିଙ୍ଗଲ ଇଞ୍ଜିନ୍ ହେଲିକପ୍ଟର ଭଡ଼ା ମିନିଟ ପିଛା ୧,୫୦୦ ଟଙ୍କା ଥିବାବେଳେ ଡବଲ ଇଞ୍ଜିନ୍ ହେଲିକପ୍ଟରର ଭଡ଼ା ମିନିଟକୁ ୩ ହଜାର ରହିଛି। ଦେଶର ବିଭିନ୍ନ ଘରୋଇ କମ୍ପାନୀ ପାଖରେ ଥିବା ହେଲିକପ୍ଟର ଦିଲ୍ଲୀରୁ ହିଁ ବୁକ୍ କରାଯାଉଛି। ଦେଶରେ ଚାର୍ଟର ହେଲିକପ୍ଟରର ଚାହିଦା ପୂର୍ବ ତୁଳନାରେ ବଢ଼ିବା ଯୋଗୁ ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ଦେଶରେ ଡବଲ ଇଞ୍ଜିନ୍ ହେଲିକପ୍ଟରର ସଂଖ୍ୟା କମ୍ ରହିଛି। ଭାରତରେ ସମ୍ପ୍ରତି ୨୫୪ ଚାର୍ଟର ହେଲିକପ୍ଟର ରହିଛି। ସେଥିମଧ୍ୟରୁ ୧୯୦ ହେଲିକପ୍ଟର ସାର୍ବଜନୀକ କ୍ଷେତ୍ରରେ କାର୍ୟ୍ୟ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ