Masthead

୧୨ ଘଣ୍ଟାରେ ଟ୍ରେଡମିଲରେ ୬୮ କିମି ରନିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟ୍ରେଡମିଲ ଉପରେ ୬୮ କିଲୋମିଟର ରନିଂ । ତା ପୁଣି ୧୨ ଘଣ୍ଟାରେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ୧୨ ଘଣ୍ଟାରେ ୬୮ କିମି ଦୌଡ଼ି ୱାର୍ଲଡ ରେକର୍ଡ କରିଛନ୍ତି । ରାଉରକେଲାର ୩୪ ବର୍ଷୀୟ ଯୁବକ ସଞ୍ଜୟ କୁମାର ସିଂଙ୍କ ପୁଅ ସୁମିତ କୁମାର ସିଂ । ସେ ରାଉରକେଲା ବାସନ୍ତୀ କଲୋନୀର ବାସିନ୍ଦା ଅଟନ୍ତି । ସୁମିତଙ୍କ ଦୁଇ ପୁଅ ଅଛି । ସେ କାଲୁଙ୍ଗାର ଏକ ଘରୋଇ ଫାର୍ମରେ କାମ କରନ୍ତି ।

ସୁମିତଙ୍କ ଲକ୍ଷ୍ୟ ଥିଲା ୧୨ ଘଣ୍ଟାରେ ମେସିନକୁ ନ ଛୁଇଁ ୬୫ କିମି ଦୌଡ଼ିବା । ସୁମିତ ମାର୍ଚ୍ଚ ୧୨ରେ ସକାଳ ୮.୧୫ରୁ ସନ୍ଧ୍ୟା ୮.୨୦ ପର୍ଯ୍ୟନ୍ତ ଦୌଡ଼ିବାର ଏକ ଭିଡିଓ ବାସନ୍ତୀ ପାଠାଗାର ଗିନିଜ ୱାଲର୍ଡ ରେକର୍ଡ ୱେବସାଇଟରେ ଅପଲୋଡ଼ କରିଥିଲା । ଭେରିଫାଏ କରିବା ପରେ ମଙ୍ଗଳବାର ସନ୍ଧ୍ୟାରେ ସୁମିତଙ୍କୁ ଗିନିଜ ତରଫରୁ ଏକ ସାର୍ଟିଫିକେଟ ଦିଆଯାଇଥିଲା । ସୁମିତ ପୂର୍ବରୁ ଏକ ଟ୍ରାକରେ ୧୨ ଘଣ୍ଟାରେ ୧୦୨ କିମି ଓ ୨୪ ଘଣ୍ଟାରେ ୧୬୧ କିମି ଦୌଡ଼ିଥିଲେ ।

ସେ ୩୦ ଦିନ ମଧ୍ୟରେ ସର୍ବାଧିକ ମାରାଥନ ଦୌଡ଼ରେ ୱାଲର୍ଡ ରେକଡ଼ କରିଛନ୍ତି । ଖାଲି ସେତିକି ନୁହେଁ ଏପ୍ରିଲ ୨୫ ଏବଂ ମେ ୨୪, ୨୦୨୩ ସେ ୩୩ ଟି ଫୁଲ ମାରାଥନ କଭର କରିଛନ୍ତି । ଯେଉଁଥିରେ ସେ ୧୩୯୨.୬ କିମି ଦୌଡ଼ିଛନ୍ତି । ଆଉ ଏହି ରେକର୍ଡ଼ ପାଇଁ ତାଙ୍କୁ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ଼ ତରଫରୁ ସାର୍ଟିଫିକେଟ ଦିିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ