ବିଜେପିରେ ମିଶିଲେ ବିଜେଡିର ଶତାଧିକ କର୍ମୀ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ବିଜେଡିର ଶତାଧିକ କର୍ମୀ ବିଜେପିରେ ସାମିଲ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖମାର ଠାରେ ଅୟୋଜିତ ମିଶ୍ରଣ ପର୍ବରେ ମିଶିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି । ବିଧାୟକ ସରୋଜ ମେହେରଙ୍କ ମନମାନିରେ ଅତିଷ୍ଠ ହୋଇ ସେମାନେ ଦଳ ଛାଡି ଥିବା କହିଛନ୍ତି । ପାଟଣାଗଡ଼ ଏନଏସି ଓ ଧୂମାଭଟା ଅଞ୍ଚଳର ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।

ସେମାନଙ୍କ କହିବା କଥା ହେଲା ଗତ ନିର୍ବାଚନରେ ସେମାନେ ଦଳ ପାଇଁ କଠିନ ପରିଶ୍ରମ କରି ବିଧାୟକ ସରୋଜଙ୍କୁ ବିଜୟୀ କରାଇଥିଲେ । ହେଲେ ସେତେବେଳେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିବା କହିଛନ୍ତି ଦଳ ଛାଡିଥିବା କର୍ମୀ । ଏପରିକି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ନହୋଇ ଅଧାପନ୍ତରିଆ ହୋଇ ପଡିଛି ।

କିନ୍ତୁ ବିଧାୟକଙ୍କ ମନମାନି ଯୋଗୁ ଦଳରେ କୋଣଠେସା ହେବା ସହ ଅତିଷ୍ଠ ହୋଇ ଦଳ ଛାଡିଛନ୍ତି ବିଜେଡି କର୍ମୀ । ତେବେ ବିଜେପିରେ ହୋଇଥିବା ସମସ୍ତ ବିଜେଡି କର୍ମୀଙ୍କୁ ସ୍ଵାଗତ ଜଣାଇଛନ୍ତି କନକ ବର୍ଦ୍ଧନ ସିଂହଦେଓ । ସେପଟେ ଦଳରେ ମନମାନି ଅଭିଯୋଗ ନେଇ ବିଧାୟକ ସରୋଜ ମେହେରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ