ଗହମ ବିଲରେ ପଶି ଫସଲ କାଟିଲେ ହେମା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାଖେଇ ଆସିଲାଣି ସାଧାରଣ ନିର୍ବାାଚନ । ଜୋରଦାର ପ୍ରଚାର ହେଲାଣି ପ୍ରଚାର । ପ୍ରାର୍ଥୀମାନେ ନିଜ ଢଙ୍ଗରେ କରୁଛନ୍ତି ପ୍ରଚାର । କିଏ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ତ ଆଉ କିଏ ବିଭିନ୍ନ ଉପାୟରେ ପ୍ରଚାର କରୁଛନ୍ତି । ଆଉ ଏହି କ୍ରମରେ ପଛରେ ପଡିନାହାନ୍ତି ଅଭିନେତ୍ରୀ । ପ୍ରଚାର କରିବାକୁ ଯାଇ ଜମିରେ ଗହମ କାଟୁଛନ୍ତି । ଯାହା ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମଥୁରା ଲୋକସଭା କ୍ଷେତ୍ର ପାଇଁ ବିଜେପିରୁ ଟିକେଟ ପାଇଥିବା ହେମା ମାଳିନୀ । ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଲୋକଙ୍କ ଭେଟିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି । ଆଉ ଯେଉଁଠି ସେ ବିଲରେ ଗହମ କାଟୁଥିବାର ନଜର ଆସିଛି । ଗୁରୁବାର ଏକ ଗାଁକୁ ଯାଇ ସେଠିକାର ମହିଳା ଚାଷୀଙ୍କ ସହ କଥା ହୋଇଥିଲେ ହେମା । ଗହମ ବିଲରେ ପଶି ଫସଲ କାଟିଥିଲେ । ଏହାକୁ ସେ ଏକ୍ସରେ ସେୟାର କରିବା ସହ ଲେଖିଛନ୍ତି ଯେ ମୋତେ ଦେଖି ଏଠିକାର ମହିଳା ମାନେ ବେଶ ଖୁସି ହୋଇଯାଇଥିଲେ । ମୋ ସହ ଫଟୋ ଉଠାଇବାକୁ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ