Masthead

ଭୟଙ୍କର ହେଉଛି ଇରାନ୍-ଇସ୍ରାଏଲ୍ ଯୁଦ୍ଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭୟଙ୍କର ହେଉଛି ଇରାନ୍-ଇସ୍ରାଏଲ୍ ଯୁଦ୍ଧ। ଇସ୍ରାଏଲ୍ ଉପରେ ଡ୍ରୋନ୍ ମିଶାଇଲ ଆକ୍ରମଣ କରିଛି ଇରାନ୍। ଶନିବାର ରାତିରେ ଶହ ଶହ ସଂଖ୍ୟାରେ ମିଶାଇଲ ଇସ୍ରାଏଲ୍ ଉପରକୁ ମାଡ଼ ହୋଇଛି। ଇରାନର ସମସ୍ତ ଡ୍ରୋନକୁ ଇସ୍ରାଏଲ ଆଇରନ୍ ଡୋମ ଚିହ୍ନଟ କରିଛି । ଡ୍ରୋନରେ ବାଲିଷ୍ଟିକ ମିଶାଇଲ ସହ କ୍ରୁଜ ମିଶାଇଲ ମୁତୟନ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ମିଳିଛି । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ଇରାନ ଇସ୍ରାଏଲ ଉପରେ ୧୦୦ ରୁ ଅଧିକ ଡ୍ରୋନ୍ ଏବଂ ୨୦୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇସ୍ରାଏଲ୍ ସେନା କହିଛି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଇସ୍ରାଇଲ ଆକାଶ ଛୁଇଁବା ପୂର୍ବରୁ ଏସବୁ ନଷ୍ଟ କରିବା ଲାଗି ତୟାର ରହିଛି ଆଣ୍ଟି-ମିଶାଇଲ ସିଷ୍ଟମ । ଆଟାକ ପରେ ଇସ୍ରାଏଲ୍ ଏହାର ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ହାଇ ଆଲର୍ଟରେ ରହିଛି ଇସ୍ରାଏଲର ବାୟୁ ଏବଂ ନୌସେନା। ଇସ୍ରାଏଲ୍ ବ୍ୟତୀତ ଲେବାନନ୍ ଏବଂ ଜୋର୍ଡାନ ମଧ୍ୟ ବିମାନ ଚଳାଚଳ ବନ୍ଦ କରି ଦେଇଛନ୍ତି। ଘଟଣା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା