Masthead

ଭୟଙ୍କର ହେଉଛି ଇରାନ୍-ଇସ୍ରାଏଲ୍ ଯୁଦ୍ଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭୟଙ୍କର ହେଉଛି ଇରାନ୍-ଇସ୍ରାଏଲ୍ ଯୁଦ୍ଧ। ଇସ୍ରାଏଲ୍ ଉପରେ ଡ୍ରୋନ୍ ମିଶାଇଲ ଆକ୍ରମଣ କରିଛି ଇରାନ୍। ଶନିବାର ରାତିରେ ଶହ ଶହ ସଂଖ୍ୟାରେ ମିଶାଇଲ ଇସ୍ରାଏଲ୍ ଉପରକୁ ମାଡ଼ ହୋଇଛି। ଇରାନର ସମସ୍ତ ଡ୍ରୋନକୁ ଇସ୍ରାଏଲ ଆଇରନ୍ ଡୋମ ଚିହ୍ନଟ କରିଛି । ଡ୍ରୋନରେ ବାଲିଷ୍ଟିକ ମିଶାଇଲ ସହ କ୍ରୁଜ ମିଶାଇଲ ମୁତୟନ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ମିଳିଛି । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ଇରାନ ଇସ୍ରାଏଲ ଉପରେ ୧୦୦ ରୁ ଅଧିକ ଡ୍ରୋନ୍ ଏବଂ ୨୦୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇସ୍ରାଏଲ୍ ସେନା କହିଛି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଇସ୍ରାଇଲ ଆକାଶ ଛୁଇଁବା ପୂର୍ବରୁ ଏସବୁ ନଷ୍ଟ କରିବା ଲାଗି ତୟାର ରହିଛି ଆଣ୍ଟି-ମିଶାଇଲ ସିଷ୍ଟମ । ଆଟାକ ପରେ ଇସ୍ରାଏଲ୍ ଏହାର ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ହାଇ ଆଲର୍ଟରେ ରହିଛି ଇସ୍ରାଏଲର ବାୟୁ ଏବଂ ନୌସେନା। ଇସ୍ରାଏଲ୍ ବ୍ୟତୀତ ଲେବାନନ୍ ଏବଂ ଜୋର୍ଡାନ ମଧ୍ୟ ବିମାନ ଚଳାଚଳ ବନ୍ଦ କରି ଦେଇଛନ୍ତି। ଘଟଣା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା