Masthead

ଡିଗ୍‌ନିଟି ଅଫ୍‌ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍ ଉପରେ ଫୋକସ

ଖାଦ୍ୟ ପ୍ରକ୍ରିୟାକରଣର ହବ ହେବ ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜେପିର ସକଳ୍ପ ପତ୍ର । ସାଧାରଣ ନିର୍ବାଚନ ପୂର୍ବରୁ ଆସିଲା ବିଜପେିର ସକଳ୍ପ ପତ୍ର । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକଶିତ ଭାରତ ପାଇଁ ସକଳ୍ପ ପତ୍ର ଜାରି କରିଛି ବିଜେପି । ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଆଜିର ଦିନ ଅତ୍ୟନ୍ତ ଶୁଭ, ଅନେକ ରାଜ୍ୟରେ ନବବର୍ଷ ପାଳନ ହେଉଛି । ଓଡ଼ିଶାରେ ପଣା ସଂକ୍ରାନ୍ତି ପାଳନ ହେଉଛି । ଏଭଳି ଶୁଭ ଦିନରେ ବିଜେପି ସଂକଳ୍ପ ପତ୍ର ଜାରି କରିଛି । ଆମର ଫୋକସ ଡିଗ୍‌ନିଟି ଅଫ୍‌ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍ । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ । ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ । ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ । ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ।

ଆୟୁଷ୍ମାନ ଯୋଜନାରେ ଟ୍ରାନ୍ସଜେଣ୍ଡର ସାମିଲ ହେବେ । ଗରିବ ହୁଅନ୍ତୁ କିମ୍ବା ମଧ୍ୟମ ବର୍ଗୀୟ ହୁଅନ୍ତୁ, ଉପକୃତ ହେବେ । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ ବୋଲି ନଜ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ୟ୍ୟନ୍ତ ଋଣ ବୃଦ୍ଧି କରାଯିବ । ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ । ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରିବୁ । ମହିଳା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅଧିକ ରୋଜଗାର ସୃଷ୍ଟି କରିବା ଆମ ଲକ୍ଷ୍ୟ । ମହିଳା, ଗରିବ, ଯୁବ ଓ କୃଷକଙ୍କୁ ସଶକ୍ତ କରାଯିବ । ମସô୍ୟଜୀବୀଙ୍କୁ ମିଳିବ ବୀମା ସୁବିଧା । ଶସ୍ତାରେ ଔଷଧ ଯୋଗାଇ ଦିଆଯିବ । ଆଗାମୀ ୫ ବର୍ଷ ଯାଏଁ ମାଗଣା ରାସନ ମିଳିବ । ବିର୍ସାମୁଣ୍ଡା ୧୫୦ ଜୟନ୍ତୀ ଦେଶବ୍ୟାପୀ ପାଳନ ହେବ । ଡିଜିଟାଲ ଜନଜାତି କଳା ଏକାଡେମୀ ସ୍ଥାପନ ହେବ । ୭୦୦ରୁ ଅଧିକ ଏକଲବ୍ୟ ସ୍କୁଲ ନିର୍ମାଣ କରାଯିବ । ତାମିଲ ଭାଷାକୁ ଲୋକପ୍ରିୟ ପାଇଁ ପଦକ୍ଷେପ ନିଆଯିବ ।

ନୂଆ ଆଇଆଇଟି, ଆଇଆଇଏମ, ଏମ୍ସ ସ୍ଥାପନ କରାଯିବ । ସାରାଦେଶରେ ରାମାୟଣ ଉସôବ ପାଳନ ହେବ । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କରାଯିବ । ପରିବା ଉତ୍ପାଦନ ଓ ସଂରକ୍ଷଣ ପାଇଁ କ୍ଲାଷ୍ଟର ବ୍ୟବସ୍ଥା କରାଯିବ । ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ । ବରିଷ୍ଠ ନାଗରିକଙ୍କ ପାଇଁ ଡିଜିଟାଲ ସଶକ୍ତିକରଣ ସୁବିଧା କରାଯିବ । ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାର ବୃଦ୍ଧି କରାଯିବ । ଆତଙ୍କବାଦ ବିରୋଧରେ ସହନଶୀଳ ନୀତି ଗ୍ରହଣ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାମପନ୍ଥୀ ଉଗ୍ରବାଦୀଙ୍କୁ ନିପାତ କରାଯିବ । ସୀମା ସୁରକ୍ଷା ପାଇଁ ଭିତ୍ତିଭୂମିକୁ ସୁଦୃଢ କରାଯିବ । ଖାଦ୍ୟ ପ୍ରକ୍ରିୟାକରଣର ହବ ହେବ ଭାରତ । ଉତ୍ତର, ଦକ୍ଷିଣ ଓ ପୂର୍ବ ଭାରତରେ ଗଡିବ ବୁଲେଟ ଟ୍ରେନ । ବୁଲେଟ ଟ୍ରେନ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ସର୍ଭେ । ପ୍ରଶ୍ନପତ୍ର ଲିକ ନେଇ ଆସିବ କଡ଼ା ଆଇନ । କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଓ ଶିଶୁଗୃହ ବ୍ୟବସ୍ଥା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!