Masthead

ନବୀନ ନିବାସରୁ ଶଙ୍ଖଭବନ ଜୟପୁର ଚର୍ଚ୍ଚା

ଜୟପୁର(ବଡ଼ ଖବର ବ୍ୟୁରୋ): ଜୟପୁର ହେଉଛି ବିଧାନସଭା ଆସନର ୧୪୩ ନମ୍ବର ସିଟ । କୋରାପୁଟ ସଂସଦୀୟ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଏହି ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର । ଟିକେଟକୁ ନେଇ ଏବେ ବି ଲାଗିରହିଛି ବିଜେଡି ଶିବିରରେ ଛକାପଞ୍ଝା । କିଏ ହେବ ପ୍ରାର୍ଥୀ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ବସୁଛି ଘନଘନ ବୈଠକ, ଛିଣ୍ଡୁନି ଅଙ୍କ । ଦଳର ବରିଷ୍ଠ ନେତା ରବି ନନ୍ଦଙ୍କୁ ନେଇ ଟେନସନରେ ଦଳ । ଚର୍ଚ୍ଚା ହେଉଛି ଯଦି ତାଙ୍କୁ କିମ୍ବା ତାଙ୍କ ପରିବାରକୁ ବାଦ ଦିଆ ଯାଏ ସେ ବିଦ୍ରୋହ କରିବେ ! ତେଣୁ ଦଳ ମାପିଚୁପି କରୁଛି ପ୍ରାର୍ଥୀ ଚୟନ ।

ସୁପ୍ରିମଙ୍କ ଠାରୁ ନେଇ ଦଳୀୟ ର୍ଶୀଷ ନେତୃତ୍ୱ କରୁଛନ୍ତି ମାନସମନ୍ଥ । ଆଜିବି ଶଙ୍ଖ ଭବନରେ ହୋଇଥିଲା ଜୟପୁର ସମୀକ୍ଷା । ରବି କହିଛନ୍ତି ଯିଏ ଟିକେଟ ପାଇବ ସେ ନିମିତ୍ତ ମାତ୍ର । ଆମ ଚେହେରା ମୁଖ୍ୟମନ୍ତ୍ରୀ । ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ । ଦ୍ୱନ୍ଦ୍ୱ ଭିତରେ ଜିଲ୍ଲା ସଭାପତି ଝିନ୍ନ ହିକକା କହିଛନ୍ତି ଯାହାର ଲୋକପ୍ରିୟତା ଥିବ ତାକୁ ଫୋକସ କରାଯିବ । ଏଠି ସମସ୍ତେ କର୍ମୀ । ସେପଟେ ବିଜେଡି ପାଇଁ ମୁଣ୍ଡ ବିନ୍ଧା ପାଲଟିଛନ୍ତି ରବିଙ୍କୁ ଦୁଇ ଦୁଇ ଥର ପରାସ୍ତ କରିଆସୁ ଥିବା କଂଗ୍ରେସ ପ୍ରାର୍ଥୀ ତଥା ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ଫାଇଦା ଉଠାଇବା ପାଇଁ ଛକି ବସିଛି ବିଜେପି । ରାଜନୀତିର ଗୋଳିଆ ପାଣି ଭିତରେ କିଏ ୨୪ରେ ମାରୁଛି ଜୟପୁର ବାଜି ତା ଉପରେ ରାଜ୍ୟର ନଜର ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ