Masthead

ଦିନେ ମଞ୍ଚରେ ବସାଇ ଦେଇନଥିଲେ, ଏବେ ଗୋଟିଏ ମଞ୍ଚରେ ବିଜେଡି ପାଇଁ ମାଗିବେ ଭୋଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନେ ମଞ୍ଚରେ ବସାଇ ଦେଇନଥିଲେ, ଏବେ ଗୋଟିଏ ମଞ୍ଚରେ ଗୋଟିଏ ଦଳ ପାଇଁ ମାଗିବେ ଭୋଟ । ଲେଖାଶ୍ରୀ ସାମନ୍ତସିଂହାର-ସୁକାନ୍ତ ନାୟକ ବେଶ ରୋଚକ ରାଜନୈତିକ ସମ୍ପର୍କ । ଦିନେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମଞ୍ଚରେ ବସାଇ ଦେଇନଥିଲେ ସୁକାନ୍ତ ନାୟକ । ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ପଛପଟେ ଛିଡା ହୋଇ ତାଳି ମାରିଥିଲେ ଲେଖାଶ୍ରୀ । କିଛି ସମୟ ପରେ ଲେଖାଶ୍ରୀଙ୍କୁ ମଞ୍ଚରୁ ଓହ୍ଲାଇ ଦେଇଥିଲେ ସୁକାନ୍ତଙ୍କ ଲୋକ ।

୨୦୧୪ ଫେବୃଆରୀ ୨୧ ସେତେବେଳେ ବିଜେଡିରେ ଥିଲେ ଲେଖାଶ୍ରୀ ସାମନ୍ତସିଂହାର । ସୁକାନ୍ତ ଥିଲେ ତତକାଳୀନ ବିଜେଡି ବିଧାୟକ ପ୍ରାର୍ଥୀ । ନୀଳଗିରି ବ୍ଲକ ଅଧୀନ ବଣଭୂଇଁଠାରେ ଏକ ସଭାର ଆୟୋଜନ ହୋଇଥିଲା। ସଭାକୁ ଅଧ୍ୟକ୍ଷତା କରୁଥିଲେ ତତକାଳୀନ ବାଲେଶ୍ୱର ଜିଲା ବିଜେଡି ସଭାପତି ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ । ମଞ୍ଚରେ ଅନେକ ନେତା ମଞ୍ଚାସୀନ ହୋଇଥିଲେ । କିନ୍ତୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ବସାଇ ଦେଇ ନଥିଲେ ତତ୍କାଳୀନ ବିଜେଡି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କ ଅନୁଗତ ଗୋଷ୍ଠୀ। ଲଜ୍ଜାରେ ଥମ୍ ଥମ୍ ଲେଖାଶ୍ରୀ ମୁଖ୍ୟମନ୍ତ୍ରୀଙ୍କ ପଛପଟ ଧାଡ଼ିରେ ଛିଡ଼ା ହୋଇ ତାଳି ମାରିଥିଲେ। ଏପରିକି ଭିଡ଼ ହେଉଥିଖବା କହି ତାଙ୍କୁ କୁଆଡେ ମଞ୍ଚ ତଳକୁ ଓହ୍ଲାଇ ଦିଆଯାଇଥିଲା। ସେବେଠୁ ନୀଳଗିରି ଛାଡିଥିଲେ ଲେଖାଶ୍ରୀ । କିଛିମାସ ପରେ ସୁକାନ୍ତଙ୍କୁ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ସେହିଦିନଠାରୁ ଲେଖାଶ୍ରୀ ଭୁବନେଶ୍ଵର ପଳାଇଥିଲେ ଏବଂ କିଛିଦିନର ବ୍ୟବଧାନ ପରେ ବିଜେପିରେ ସାମିଲ ହୋଇଥିଲେ। ଲେଖାଶ୍ରୀ ହେଉଛନ୍ତି ନୀଳଗିରି ମାଟିର ବୋହୂ।

ବିଧାୟକ ସୁକାନ୍ତଙ୍କ ଭଉଣୀଙ୍କ ଯା’ ହେଉଛନ୍ତି ଲେଖାଶ୍ରୀ । ଏଣୁ ସମ୍ପର୍କରେ ସୁକାନ୍ତ ଓ ଲେଖାଶ୍ରୀ ଭାଇ ଭଉଣୀ ଭଳି । କିନ୍ତୁ ଟିକଟ ଦୌଡ଼ରେ ସେତେବେଳେ ସୁକାନ୍ତଙ୍କ କର୍ମୀଙ୍କଠାରୁ ଅପମାନିତ ହୋଇ ପଳାଇ ଯାଇଥିବା ଲେଖାଶ୍ରୀ ହଠାତ୍ କିଛିଦିନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗଦାନ କରିବା ପରେ ଏବେ ବିଜେଡି ବାଲେଶ୍ବର ସାଂସଦ ପ୍ରାର୍ଥୀ ହୋଇଛନ୍ତି। ସମୟଚକ୍ରରେ ଉଭୟ ସୁକାନ୍ତ ଓ ଲେଖାଶ୍ରୀ ଏବେ ପୁଣି ଗୋଟିଏ ଦଳରେ। ନୀଳଗିରି ବିଧାନସଭା ଲାଗି ବିଜେଡି ଏଯାବତ୍ ଟିକଟ ଘୋଷଣା ହୋଇନି । ଗୋଟିଏ ପଟେ ଏଠାରେ ଦଳ ପକ୍ଷରୁ ସନ୍ତୋଷ ଖଟୁଆ ଓ ବିଜେପି ଛାଡିଥିବା ବିଧାୟକ ସୁକାନ୍ତ ବିଜେଡିରେ ସାମିଲ ହୋଇ ଟିକଟ ଦୌଡ଼ରେ ଅଛନ୍ତି। କାହାକୁ ଦଳ ଟିକଟ ଦେବ, ତାହା ମୁଖୁଆ ସ୍ଥିର କରିବେ । କିନ୍ତୁ ଯିଏ ବି ଟିକଟ ପାଆନ୍ତୁ ଲେଖାଶ୍ରୀଙ୍କ ସହ ଗୋଟିଏ ମଞ୍ଚରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ