Masthead

ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା, ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଭକ୍ତ !

ପୁରୀ(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ନୂଆ ପାଞ୍ଜି ପ୍ରଚଳନ ହୋଇଛି। ପ୍ରଚଳିତ ପାଞ୍ଜିରେ ପର୍ବପର୍ବାଣିର ତିଥି, ନକ୍ଷତ୍ର, ଗ୍ରହଚଳନକୁ ନେଇ ଅଡୁଆ ସ୍ଥିତି ଉପୁଜିଥିବା ଦେଖିବାକୁମିଳିଛି। ଚଳିତବର୍ଷ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଛି। ତେଣୁ ଚଳିତବର୍ଷ ଭକ୍ତମାନେ ନବଯୌବନ ଦର୍ଶନ କରିବା ସୌଭାଗ୍ୟରୁ ବଞ୍ଚିତ ହେବାର ସମ୍ଭାବନା ଦେଖାଦେଇଛି।

ଏଣୁ ପୂର୍ବରୁ ଏଭଳି ସଂଯୋଗ ବେଳେ କେଉଁଭଳି ନୀତିକାନ୍ତି କରାଯାଇଛି, ତାର ତର୍ଜମା ପରେ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣି ସିଂହଦ୍ବାରକୁ ତିନିରଥର ବିଜେ ପର୍ବ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି। ଗତ ଫେବ୍ରୁଆରିରେ ଶ୍ରୀମନ୍ଦିର ପାଞ୍ଜି ସମନ୍ବୟ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ମୁକ୍ତିମଣ୍ଡପ ପଣ୍ଡିତସଭାର ବ୍ରାହ୍ମଣ ଓ ଅନ୍ୟ ପାଞ୍ଜିର ଗଣନାକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବିସ୍ତୃତ ଆଲୋଚନା ପରେ ଶ୍ରୀମନ୍ଦିର ନୀତିକାନ୍ତି ଚୂଡ଼ାନ୍ତ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଚଳିତବର୍ଷ ଅଣସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି। ଉଦ୍ଭାଯାତ୍ରା ଓ ନେତ୍ରୋତ୍ସବ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପଡ଼ୁଛି।

ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରାତ୍ରିରୁ ଅନେକ ନୀତିକାନ୍ତି ରହିଥିବାରୁ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରହିବା ସମ୍ଭାବନା ରହିଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତଙ୍କ କହିବା ମୁତାବକ, ଚଳିତବର୍ଷ ଜୁଲାଇ ୭ ତାରିଖରେ ରଥଯାତ୍ରା ସହ ଉଭା ଯାତ୍ରା ଓ ନେତ୍ରୋତ୍ସବ ବି ଅନୁଷ୍ଠିତ ହେବ।  କ୍ଷୟ ପଡୁଥିବାରୁ ଅଣସର ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅନୁଷ୍ଠିତ ହେବ। ଠାକୁରଙ୍କର ନବଯୌବନ ହେବେ ସତ, କିନ୍ତୁ ଦର୍ଶନ କିଭଳି ହେବ, ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବା ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ | ନବମ ଦିନରେ ଶ୍ରୀବିଗ୍ରହ ରଥାରୁଢ଼ ହୋଇ ବାହୁଡ଼ାଯାତ୍ରା କରିବେ।

ସେହିଦିନ ରଥରେ ରହିବାପରେ ସୁନାବେଶ ଓ ଅଧରନୀତି ହୋଇ ଶ୍ରୀମନ୍ଦିରକୁ ଫେରିବେ ଦିନ କ୍ଷୟ କାରଣରୁ ଏଥର କାର୍ତ୍ତିକ ମାସରେ ପଞ୍ଚୁକ ବି ୪ ଦିନ ପାଳନ ହେବ। ଚତୁର୍ଦ୍ଦଶୀରେ ଠାକୁରଙ୍କ ରାଜାଧିରାଜ ବା ସୁନାବେଶ ହେବ। ପ୍ରତିବର୍ଷ ଚତୁର୍ଦ୍ଦଶୀରେ ଲକ୍ଷ୍ମୀ-ନୃସିଂହ ବେଶ ହୋଇଥାଏ। ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ ହୋଇଥାଏ। କିନ୍ତୁ ଲକ୍ଷ୍ମୀ-ନୃସିଂହ ବେଶ ଏଥର ହେବନି। ଏହି ଦିନ ରାଜାଧିରାଜ ହେବ । ୧୯୫୯ ମସିହା ଓ ୧୯୭୧-୭୨ ମସିହା ଶ୍ରୀମନ୍ଦିର ନୀତିକାନ୍ତି ଆଧାରରେ ଏହି ନୀତିକାନ୍ତି କରାଯାଉଛି।

୨୦୨୫ ମସିହା ଫେବ୍ରୁଆରି ୨ରେ ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା ପାଳନ ହେବ ମୁକ୍ତିମଣ୍ଡପ ପଣ୍ଡିତସଭାର ପାଣ୍ଡୁଲିପି ଓ ହାତଗଣତି ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି ଯେ ୧୯୭୧ ମସିହାର ନୀତିକାନ୍ତି ତର୍ଜମା ପରେ ଏଥର ପଟିଦିଅଁଙ୍କଠାରୁ ଆଜ୍ଞାମାଳ ପାଇବା ପରେ ତିନି ରଥ ସିଂହଦ୍ବାର ଚକଡ଼ାକୁ ବିଜେ କରିବେ। ପରେ ରଥ ପ୍ରତିଷ୍ଠା ଓ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼