ମନରେଗା କାମରେ ଅନିୟମିତତା ଅଭିଯୋଗ, ଜେସିବି କାମକୁ ବିରୋଧ କଲେ ଗ୍ରାମବାସୀ

ସିନାପାଲି(ବଡ଼ ଖବର ବ୍ୟୁରୋ): ମନରେଗା କାମରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ବିରୋଧ । ସିନାପାଲି ବ୍ଲକ ନୂଆପଡ଼ା ପଞ୍ଚାୟତ ପତେଲପଡା ଖେଲ ପଡିଆ ଠାରୁ ମହୁଲପଡା ମନରେଗା ରାସ୍ତା କାମରେ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଆଜକୁ ୫ଦିନ ହେଲା ଏହି ରାସ୍ତା କାମ ଗ୍ରାମର ଶ୍ରମିକମାନେ କରୁଥିବା ବେଳେ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଜେସିବି ଗାଡି ଆଣି ମନରେଗା କାମ କାର୍ଯ୍ୟ ଆରମ୍ଭ କରିଥିଲା।

ଯାହାଫଳରେ ଶ୍ରମିକମାନେ ଜେସିବି ଗାଡିକୁ ବିରୋଧ କରିଥିଲେ । ମନରେଗା କାମରେ ଶ୍ରମିକ ନଲଗାଯାଇ ଜେସିବି ଗାଡି କାହିଁକି ଲଗାଉଛ ବୋଲି ପ୍ରଶାସନକୁ ବିରୋଧ କରିଥିଲେ। ଆଗାମୀ ଦିନରେ ଯଦି ଜେସିବି ଗାଡି ଲଗାଯାଏ ତେବେ ଶ୍ରମିକମାନେ ଉଚିତ୍ ଜବାବ ଦେବେ ବୋଲି କରିଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ମନରେଗା କାମରେ ଜେସିବି ଗାଡି ନଲଗାଇ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’