Masthead

ଡକାୟତି ଯୋଜନା ପଣ୍ଡ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ):ଡକାୟତି ଯୋଜନା ବେଳେ ମାଡିବସିଲା ପୋଲିସ । ସମ୍ବଲପୁର ସହରରୁ ଏକ ବଡ଼ ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ । ମଙ୍ଗଳବାର ମଧ୍ୟ ରାତ୍ରିରେ ଖଲିଆବନ୍ଧ କେନାଲ ରାସ୍ତାରେ ଦଳେ ଯୁବକ ଡକାୟତି ଯୋଜନା କରୁଥିବା ସୂଚନା ପାଇ ଧନୁପାଲ୍ଲୀ ଥାନା ଅଧିକାରୀ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଚଢଉ କରି ସେମାନଙ୍କୁ ଗିରଫ କରିଛି । ପେନସନପଡ଼ାର ଶ୍ୟାମଲାଲ ଲୁହା , ଗୌତମ ଟୋପାକି ଓରଫ ଗରିଆ, ଭତରାର ଶଶାଙ୍କ ବେହେରା, ନନ୍ଦ ମାର୍ଥାଙ୍କ ସମେତ ଜଣେ ନାବଳକକୁ ଗିରଫ କରିଛି ପୋଲିସ । ଏକ ସୁନା ଦୋକାନରୁ ଲୁଟ ପାଇଁ ଯୋଜନା କରୁଥିବା ନେଇ ସୂଚନା ଦେଇଛି ପୋଲିସ । ସେମାନଙ୍କ ନିକଟରୁ ଲୁହା ଛଡ, ଗୋଟିଏ ହାତୁଡି, ଲାଇଟର ମାସ୍କ, ଆଦି ଜବତ କରିଛି ପୋଲିସ । ସୋମବାର ଲୁଟ ହୋଇଥିବା ଦୁଇଟି ମୋବାଲକୁ ମଧ୍ୟ ଏମାନଙ୍କ ନିକଟରୁ ଜବତ କରି ଦଫା ୪୯୪,୪୩୪/୨୦ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଥିବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼