Masthead

ବୋରୱେଲ ଖନନ ନାଁରେ ଟଙ୍କା ହଡ଼ପ

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ଚାଷୀଙ୍କ ବୋରୱେଲ ଖନନ ନାଁରେ ଟଙ୍କା ହଡପ୍ । ଥାନାର ଦ୍ୱାରସ୍ଥ ହୋଇଛନ୍ତି ୨ ଚାଷୀ । ୟୁନିୟନ ବ୍ୟାଙ୍କ କର୍ମଚାରୀ ଟଙ୍କା ହଡପ କରିଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଆଦିବାସୀ ଦୁଇ ଚାଷୀ । ଅର୍ଜୁନ ସାନ୍ତା ଏବଂ ଦୀପ୍ତି ସାନ୍ତା ନବରଙ୍ଗପୁର ଜିଲ୍ଲା ଆଦିବାସୀ ବହୁଳ ଝରୀଗାଁ ବ୍ଲକ ସଦର ପଞ୍ଚାୟତ ସମରଚଚରା ଗ୍ରାମର ଏହି ଦୁଇ ଚାଷୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ୟୁନିଅନ ବ୍ୟାଙ୍କର କର୍ମଚାରୀଙ୍କ ନାମରେ ।

ଏନେଇ ପାପଡାହାଣ୍ଡି ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି । ଏତଲା ପ୍ରକାରେ ଅର୍ଜୁନ ସାନ୍ତା ଏବଂ ଦୀପ୍ତି ସାନ୍ତା ଗୋତବର୍ଷ ଡିସେମ୍ବର ମାସର ୨୦ ତାରିଖ ଦିନ ନଳକୂପ ଖନନ ନିମନ୍ତେ ୨୦ ହଜାର ଲେଖାଏଁ ଦୁହେଁ ଡିପୋଜିଟ କରିଥିଲେ । କିନ୍ତୁ ତାଙ୍କ ଜମା ଖାତାରେ ୧୦୦୦୦ ଟଙ୍କା ଲେଖାଏଁ ଜମା ହୋଇଛି ଏବଂ ବଳକା ଟଙ୍କା ବ୍ୟାଙ୍କ କର୍ମଚାରୀ ହଡପ କରିଥିବା ଏତଲାରେ ଦର୍ଶାଇଛନ୍ତି । ଏଭଳି ଠକେଇର ଶିକାର ହୋଇଥିବା ନେଇ ଦୁଇ ଚାଷୀ ବାରମ୍ବାର ବ୍ୟାଙ୍କ ମେନେଜରଙ୍କ ପାଖକୁ ଯାଇ ଅଭିଯାଗ କରିଥିଲେ । କିନ୍ତୁ ସମ୍ପୃକ୍ତ ବ୍ୟାଙ୍କ ମେନେଜର ଦୁଇ ଚାଷୀଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏନେଇ ପାପଡାହାଣ୍ଡି ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଆଜି ବ୍ୟାଙ୍କ ଛୁଟି ଥିବାରୁ ଆସନ୍ତାକାଲି ଚାଷୀମାନଙ୍କ ସହ ବ୍ୟାଙ୍କ ଯାଇ ଯାଞ୍ଚ କରାଯିବ । ଯଦି କୌଣସି ପ୍ରକାର ଚାଷୀ ଠକେଇର ଶିକାର ହୋଇଥାନ୍ତି ତାହେଲେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ