ୟୁକ୍ରେନ ଉପରେ ଋଷର ମିଶାଇଲ ମାଡ଼, ୧୭ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କିଛି ଦିନର ନୀରବତା ପରେ ପୁଣିଥରେ ଉଗ୍ର ରୂପ ଦେଖାଇଛି ଋଷ । ୟୁକ୍ରେନ ଉପରେ ଜୋରଦାର ମିସାଇଲ ମାଡ଼ କରିଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛି । ୟୁକ୍ରେନର ଚେର୍ନିହିଭ ସହରକୁ ଟାରର୍ଗେଟ କରିଛି ଋଷ ୩ଟି ମିସାଇଲ ମାଡ଼ କରିଛି । ଏହି ଆକ୍ରମରରେ ୟୁକ୍ରେନର ୧୭ ଜଣ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାବ୍ୟତୀତ ପାୟ ୬୦ରୁ ଅଧିକ ଲୋକ ମିସାଇଲ ମାଡ଼ର ଶିକର ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଚେର୍ନିହିଭ୍‌ ୟୁକ୍ରେନର ରାଜଧାନୀ କ୍ୱିଭଠାରୁ ୧୫୦ କିମି ଦୂରରେ ଅବସ୍ଥିତ ଥିବା ବେଳେ ଏହା ଋଷ ଓ ବେଲାଋଷ ସୀମା ନିକଟରେ ଅବସ୍ଥିତ । ଚେର୍ନିହିଭ୍‌ରେ ଥିବା ଏକ ୮ ମହଲା ବିଲ୍ଡିଂ ଉପରକୁ ଅତର୍କିତ ଭାବେ ଋଷ ମିଶାଇଲ ମାଡ଼ କରିଥିଲା। ଏହି ଆକ୍ରମଣରେ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିବା ବେଳେ ଘଟଣାସ୍ଥଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଗୁରୁତର ହୋଇଥିବା ୬୦ ଜଣଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏ ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେସ୍କି କହିଛନ୍ତି, ଆମ ପାଖରେ ମହଜୁଦ ଥିବା ସମସ୍ତ ବାୟୁ ରକ୍ଷା ଉପକରଣ ଶେଷ ହୋଇ ଗଲାଣି। ତେଣୁ ଅଧିକରୁ ଅଧିକ ବାୟୁ ପ୍ରତିରକ୍ଷା ସିଷ୍ଟମ ପ୍ରଦାନ ନିମନ୍ତେ ପଶ୍ଚିମ ଦେଶମାନଙ୍କୁ ଅନୁରୋଧ କରାଯାଇଛି। ଆମ ପାଖରେ ପର୍ୟ୍ୟାପ୍ତ ପରିମାଣର ବାୟୁ ରକ୍ଷା ଉପକରଣ ଥିଲେ, ମିଶାଇଲ ତଥା ଡ୍ରୋନ ଆକ୍ରମଣକୁ ପ୍ରତିହତ କରାଯାଇ ପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ