Masthead

ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ର୍ୟ ସୁରକ୍ଷା ପାଇଁ ଆହ୍ୱାନ ଦେଲେ ରାଜ୍ୟର ବିଶିଷ୍ଟ ବୁଦ୍ଧିଜୀବୀ ଗଣ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଗୋଟିଏ ବିଶ୍ୱବିଦ୍ୟାଳୟ ପାଇଁ ତା’ର ସ୍ୱାତନ୍ତ୍ର୍ୟ ଏବଂ ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହା କ୍ଷୁଣ୍ଣ ହେଲେ ବିଶ୍ୱବିଦ୍ୟାଳୟ ତା’ର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟରେ ବିଲକ୍ଷଣ ଦେଖାଦିଏ l ପ୍ରସ୍ତାବିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଲ ଏହିଭଳି ଏକ ବିଲକ୍ଷଣ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି l ତେଣୁ ଏହି ବିଲକୁ ପ୍ରତ୍ୟାହାର କରିନେବା ପାଇଁ ଦାବି ଉଠିଛି l ଆଜି ଏହା ଉପରେ ୱେବିନାର ମାଧ୍ୟମରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତମାନେ ପ୍ରକାଶ କରିଛନ୍ତି l ରାଜୀବ ଗାନ୍ଧି ପଞ୍ଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରନେତା ଏବଂ ସିନେଟ ସଭ୍ୟ ସୁଦର୍ଶନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି ୱେବିନାରରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ପ୍ରଫେସର ପ୍ରଫୁଲ୍ଲ ମହାପାତ୍ର, ପ୍ରଫେସର ଅଜିତ ମହାନ୍ତି ବକ୍ତା ଭାବରେ ଯୋଗଦେବା ସହିତ ରାଜ୍ୟର ବହୁ ବିଶିଷ୍ଟ ଶିକ୍ଷାବିତ , ବୁଦ୍ଧିଜୀବୀ , ପୂର୍ବତନ ଛାତ୍ରନେତା ତଥା ସମାଜିକକର୍ମୀମାନେ ଯୋଗ ଦେଇଥିଲେ l

କରୋନା ମହାମାରୀ ସମୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନର ସଂଶୋଧନ ପାଇଁ ଅଧ୍ୟାଦେଶ ଆଣିବା ଏବଂ ବିଧାନସଭାରେ ବିଲ ଆଗତ କରି ତାକୁ ପାରିତ କରିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି l ଉଚ୍ଚଶିକ୍ଷା ମନ୍ତ୍ରୀ ସିନେଟ ଓ ସିଣ୍ଡିକେଟକୁ ଆଳଙ୍କାରିକ ବୋଲି କହିବା ତା’ଠୁ ଆହୁରି ଦୁର୍ଭାଗ୍ୟଜନକ l ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କର ନିଯୁକ୍ତିକୁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ହାତକୁ ଟେକିଦେବା ଦ୍ୱାରା ଉଚ୍ଚମାନର ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଅସଙ୍ଗତି ଦେଖାଦେବ ଓ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ବାଧାପ୍ରାପ୍ତ ହେବ l ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଅମଲାତାନ୍ତ୍ରିକଙ୍କ ନିୟନ୍ତ୍ରଣ ବିଶ୍ୱବିଦ୍ୟାଳୟ ପାଇଁ ଆଦୌ ଶୋଭନୀୟ ଓ ଗ୍ରହଣୀୟ ନୁହେଁ l

ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶ ବାଧାପ୍ରାପ୍ତ ହେବା ସହିତ ମୁଖ୍ୟ ଚିନ୍ତନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବ l ପ୍ରସ୍ତାବିତ ବିଲଟି ଏହିସବୁ ଦୃଷ୍ଟିକୋଣରୁ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ ମତବ୍ୟକ୍ତ କରିବା ସହିତ ଏଥିରୁ ସରକାର କ୍ଷାନ୍ତ ହେବା ପାଇଁ ଆହ୍ୱାନ ଦେଇଛନ୍ତି l ଏହି ୱେବିନାରରେ ବିଶ୍ୱବିଦ୍ୟାଳୟର ପରିଚାଳନା ସଂକ୍ରାନ୍ତୀୟ ଅନେକ ପ୍ରସ୍ତାବ ଶିକ୍ଷାବିତମାନେ ଦେଇଛନ୍ତି l ସେଗୁଡ଼ିକୁ ଏକ ଦାବିପତ୍ର ଆକାରରେ ଉଚ୍ଚଶିକ୍ଷା ବିଭାଗକୁ ଦେବା ସହିତ ଏହି ବିଲ ବିରୋଧରେ ପ୍ରତିବାଦ କରିବାକୁ ଆହ୍ୱାନ ଦିଆଯାଇଛି l ଏପରିକି ଦରକାର ପଡ଼ିଲେ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ଆବାହକ ଦାସ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା