Masthead

9ଟା ସୁଦ୍ଧା କେଉଁଠୁ କେତେ ପ୍ରତିଶତ ହୋଇଛି ମତଦାନ ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୨୧ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ମତଦାନ । ୧୦୨ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ସକାଳ ୭ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ମତଦାନ । ସକାଳ ୯ଟା ସୁଦ୍ଧା ଅରୁଣାଚଳ ପ୍ରଦେଶ ୬.୪୪ ପ୍ରତିଶତ, ସିକ୍କିମରେ ୭.୯୦ ପ୍ରତିଶତ, ଆଣ୍ଡାମାନ ନିକୋବରରେ ୮.୬୪, ବିହାରରେ ୯.୨୩, ଛତିଶଗଡ଼ରେ ୧୨.୦୨, ଜାମ୍ମୁ କାଶ୍ମୀରରେ ୧୦.୪୩, ଲକ୍ଷାଦ୍ୱୀପରେ ୫.୫୯, ମଧ୍ୟପ୍ରଦେଶରେ ୧୫ ପ୍ରତିଶତ ମତଦାତା ନିଜର ମତଦାନ କରିଛନ୍ତି । ସେହିପରି ମହାରାଷ୍ଟ୍ରରେ ୬.୯୮%, ମଣିପୁର ୧୦.୭୬, ମେଘାଳୟରେ ୧୩.୭୧, ମିଜୋରାମରେ ୧୦.୮୪, ନାଗାଲାଣ୍ଡରେ ୯.୬୬%, ପୁଡୁଚେରୀରେ ୮.୭୮, ରାଜସ୍ଥାନରେ ୧୦.୬୭, ସିକିମରେ ୭.୯୨, ତାମିଲନାଡ଼ୁରେ ୮.୨୧%, ତ୍ରିପୁରାରେ ୧୫.୨୧%, ଉତ୍ତରପ୍ରଦେଶରେ ୧୨.୬୬%, ଉତ୍ତରାଖଣ୍ଡରେ ୧୦.୫୪ ପ୍ରତିଶତ ମତଦାନ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ୧୬କୋଟି ୬୩ଲକ୍ଷ ଭୋଟର ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ୧ଲକ୍ଷ ୮୪ ହଜାର ବୁଥରେ ୧୮ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଛତିଶଗଡ଼ରେ ଗୋଟିଏ ଆସନ ପାଇଁ ଆଜି ମତଦାନ ହେଉଛି । ତାମିଲନାଡ଼ୁର ୩୯, ରାଜସ୍ଥାନର ୧୨, ଉତ୍ତରପ୍ରଦେଶର ୮ଟି, ଉଧ୍ୟପ୍ରଦେଶର ୬ଟି, ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ର, ଆସାମ, ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ମତଦାନ ହେଉଛି । ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟର ୨ଟି ଲେଖାଏଁ ଆସନରେ ଭୋଟିଂ, ଛତିଶଗଡ଼, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ଜାମ୍ମୁକାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ପୁଡୁଚେରୀର ଗୋଟିଏ ଆସନରେ ମତଦାନ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ