Masthead

ଜଳ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଅସହ୍ୟ ତାତିକୁ ପୁଣି ଜଳ ସଙ୍କଟ । ପାରଦ ରହୁଛି ୪୨ ଡିଗ୍ରି ଉପରେ । ମହେନ୍ଦ୍ର ତନୟା ନଦୀ ଶୁଖିବା ସହ ପୁର୍ନଉଦ୍ଧାର ହୋଇପାରୁନି । ପୌରପରିଷଦ ଅଧିନରେ ରହିଥିବା ପୁରାତନ କୂଅ ଗୁଡ଼ିକରେ ପ୍ଲାଷ୍ଟିକ ବୋତଲ, କଠ ଫାଳ ପଡ଼ି ରହିଥିବା ବହୁ ଦିନରୁ ସଫା ହୋଇପାରିନି । ମହେନ୍ଦ୍ରତନୟାରେ ପାଣି ନଥିବା ଯୋଗୁଁ ଲୋକଙ୍କୁ ଦୁଇଦିନକୁ ଥରେ ପିଇବା ପାଣି ମିଳୁଛି । ବାହାଘରେ ସମୟରେ ବାଇଗଣ ଗଛ ଲଗାଇବା ସଦୃଶ ବିଭାଗୀୟ ପକ୍ଷରୁ କିଛି ପଦକ୍ଷେପ ନେଇଥିବା ବେଳେ ଉକ୍ତ କାର୍ଯ୍ୟ କେବେ ଶେଷ ହେବ ତାହା ସମୟ ହିଁ କହିବ ।

ତେବେ ଜଳକଷ୍ଟ ଭୋଗୁଛନ୍ତି ପାରଳାଖେମୁଣ୍ଡିବାସୀ । ବହୁ ଦିନ ପିଇବା ପାଣିର ସମସ୍ୟା ରହିଥିବା ବେଳେ ଦୂରଦୃଷ୍ଟି ଅଭାବରୁ କୌଣସି ପଦକ୍ଷେପ ନେଉନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ବିଭିନ୍ନ ସାହିର ବାସିନ୍ଦାମାନେ ଅନେକ ଥର ଅଭିଯୋଗ କରିଥିଲେ । କିନ୍ତୁ କର୍ଣ୍ଣପାତ କରିନଥିଲେ ଅଧିକାରୀ । ପାରଳା ସହର ଉପରେ ଜିଲ୍ଲାର ସମସ୍ତ ଜନସାଧାରଣ ନିର୍ଭର କରୁଥିବାବେଳେ ବର୍ତ୍ତମାନ ନିର୍ବାଚନ ସମୟ ବିଭିନ୍ନ ଦଳ ଅନେକ ରାଲି କରୁଥିବା ବେଳେ ଜନଗହଳି ପ୍ରାୟତଃ ଲାଗିରହିଛି । ତେବେ କୌଣସି ଦୃଢ ପଦକ୍ଷେପ ବିଭାଗୀୟ କର୍ତ୍ତୃପକ୍ଷ ନ ନେଲେ ଆଗାମି ଦିନରେ ଜଳ କଷ୍ଟ ସମସ୍ୟା ବ୍ୟାପକ ହେବ ବୋଲି ଅନୁମାନ କରୁଛନ୍ତି ପାରଳାବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼