ବିଜେପିର ମିଶ୍ରଣ ପର୍ବ

ପୁରୀ (ବଡ଼ ଖବର ବ୍ୟୁରୋ): ଡକ୍ଟର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାରେ ବିଜେପିର ଶକ୍ତି ବଢ଼ିବାରେ ଲାଗିଛି। ଆଜି ଦଳର ପୁରୀ ଲୋକସଭା ନିର୍ବାଚନ କାର୍ଯ୍ୟାଳୟରେ ସତ୍ୟବାଦୀ ବିଧାନସଭା କ୍ଷେତ୍ରର ବିଜୁ ଜନତା ଦଳରୁ ଆସି ୫୦୦ରୁ ଅଧିକ ଯୁବ କାର୍ଯ୍ୟକର୍ତ୍ତା ସମ୍ବିତ ପାତ୍ରଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ବିଜେପିରେ ଯୋଗଦେଇଛନ୍ତି । ନୂତନ କରି ଦଳରେ ସାମିଲ ହୋଇଥିବା ସମସ୍ତ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ସ୍ବାଗତ କରି ଡକ୍ଟର ସମ୍ବିତ ପାତ୍ର କହିଥିଲେ, “ଯୁବବନ୍ଧୁଙ୍କୁ ବିଜେପି ପରିବାରକୁ ହୃଦୟପୂର୍ବକ ସ୍ୱାଗତ ଏବଂ ଅଭିନନ୍ଦନ।

ଯୁବକଙ୍କ ଉତ୍ସାହ ଏବଂ ଉଦ୍ଦିପନାରୁ ଏହା ସ୍ପଷ୍ଟ ଯେ ଏଥର ପୁରୀ ଲୋକସଭାରେ ନିଶ୍ଚିତ ପଦ୍ମ ଫୁଟିବ। ଏହା ସହିତ ଆଜି ଡକ୍ଟର ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ର ଅଞ୍ଚଳରେ ଡୋର ଟୁ ଡୋର କାମ୍ପେନରେ ସାମିଲ ହୋଇ ନିର୍ବାଚନୀ ପ୍ରଚାର କରିବା ସହିତ ଜନସଂପର୍କ କରିଥିଲେ । ଏହି ଅବସରରେ ସମ୍ବିତ ପାତ୍ର ସତ୍ୟବାଦୀର ଜନତାଙ୍କ ପୁରୀ ଲୋକସଭାରେ ପଦ୍ମ ଚିହ୍ନରେ ଭୋଟ୍ ଦେଇ ମୋଦୀଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ନିମନ୍ତେ ଆହ୍ବାନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ