Masthead

ବିଜେପିର ମିଶ୍ରଣ ପର୍ବ

ପୁରୀ (ବଡ଼ ଖବର ବ୍ୟୁରୋ): ଡକ୍ଟର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାରେ ବିଜେପିର ଶକ୍ତି ବଢ଼ିବାରେ ଲାଗିଛି। ଆଜି ଦଳର ପୁରୀ ଲୋକସଭା ନିର୍ବାଚନ କାର୍ଯ୍ୟାଳୟରେ ସତ୍ୟବାଦୀ ବିଧାନସଭା କ୍ଷେତ୍ରର ବିଜୁ ଜନତା ଦଳରୁ ଆସି ୫୦୦ରୁ ଅଧିକ ଯୁବ କାର୍ଯ୍ୟକର୍ତ୍ତା ସମ୍ବିତ ପାତ୍ରଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ବିଜେପିରେ ଯୋଗଦେଇଛନ୍ତି । ନୂତନ କରି ଦଳରେ ସାମିଲ ହୋଇଥିବା ସମସ୍ତ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ସ୍ବାଗତ କରି ଡକ୍ଟର ସମ୍ବିତ ପାତ୍ର କହିଥିଲେ, “ଯୁବବନ୍ଧୁଙ୍କୁ ବିଜେପି ପରିବାରକୁ ହୃଦୟପୂର୍ବକ ସ୍ୱାଗତ ଏବଂ ଅଭିନନ୍ଦନ।

ଯୁବକଙ୍କ ଉତ୍ସାହ ଏବଂ ଉଦ୍ଦିପନାରୁ ଏହା ସ୍ପଷ୍ଟ ଯେ ଏଥର ପୁରୀ ଲୋକସଭାରେ ନିଶ୍ଚିତ ପଦ୍ମ ଫୁଟିବ। ଏହା ସହିତ ଆଜି ଡକ୍ଟର ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ର ଅଞ୍ଚଳରେ ଡୋର ଟୁ ଡୋର କାମ୍ପେନରେ ସାମିଲ ହୋଇ ନିର୍ବାଚନୀ ପ୍ରଚାର କରିବା ସହିତ ଜନସଂପର୍କ କରିଥିଲେ । ଏହି ଅବସରରେ ସମ୍ବିତ ପାତ୍ର ସତ୍ୟବାଦୀର ଜନତାଙ୍କ ପୁରୀ ଲୋକସଭାରେ ପଦ୍ମ ଚିହ୍ନରେ ଭୋଟ୍ ଦେଇ ମୋଦୀଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ନିମନ୍ତେ ଆହ୍ବାନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି