‘ମା’ କାନ୍ଦୁଛି, ‘ମାଟି’ ରକ୍ତରେ ଭିଜି ଯାଇଛି, ସଭିଏଁ ମୂକ ହୋଇ ଦେଖୁଛନ୍ତି: ସମ୍ବିତ ପାତ୍ର

କୋଲକାତା (ବଡ଼ ଖବର ବ୍ୟୁରୋ): ସରିଛି ନିର୍ବାଚନ ଚାଲିଛି ଭୋଟ ଗଣତି । ନିର୍ବାଚନରେ ପୂର୍ବରୁ ଘଟିଥିଲା ନିର୍ବାଚନ ହିଂସା । ନିର୍ବାଚନ ବେଳେ ମଧ୍ୟ ଘଟିଥିଲା ହିଂସା । ଖାଲି ସେତିକି ନୁହେଁ ଭୋଟ ଗଣତି ବେଳେ ବି ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଆଉ ଏହି ହିଂସାକୁ ନେଇ ବିଜେପି ଟିଏମସି ସରକାରକୁ କଡ଼ା ସମାଲୋଚନା କରିଛି। ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦୟ ବୋଲି କହିଛି। ଏହି ହିଂସା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଏବଂ ଏହି ସଂଘର୍ଷରେ ପ୍ରାୟ ୪୫ ଜଣଙ୍କର ମୃତ୍ୟୁ ଘଟିଛି।

ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଦାବି କରିଛନ୍ତି ଶାସକ ଟିଏମସିର ଦାଦାଗିରି ରାଜନୀତି ଭୋଟ ଗଣତି ଦିନ ମଧ୍ୟ ଜାରି ରହିଛି। ଭାଜପା ଏବଂ ଅନ୍ୟ ବିରୋଧୀ ଦଳର ଏଜେଣ୍ଟଙ୍କୁ ଗଣନା କେନ୍ଦ୍ର ପରିଦର୍ଶନ କରିବାକୁ ବାରଣ କରାଯାଇଛି। ମମତା ବାନାର୍ଜୀ ‘ମା’, ‘ମାଟି’ ଏବଂ ‘ମାନୁଷ’ ବିଷୟରେ କଥା କହୁଥିଲେ । ଆଜି ‘ମା’ କାନ୍ଦୁଛି, ‘ମାଟି’ ରକ୍ତରେ ଭିଜି ଯାଇଛି, ଏବଂ ‘ମାନୁଷ’କୁ ହତ୍ୟା କରାଯାଇଛି କିନ୍ତୁ ସଭିଏଁ ମୂକ ଦର୍ଶକ ହୋଇ ଏସବୁ ଦେଖୁଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଏବଂ ଗଣତନ୍ତ୍ରର ହତ୍ୟାକୁ ବିଜେପି ନିନ୍ଦା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା