Before Header

କ’ଣ ହେବ ଦଳ ଅଦଳବଦଳ ନେତାଙ୍କ ଭାଗ୍ୟ

0 930

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆସିଗଲାଣି ବିଜ୍ଞପ୍ତି । ପ୍ରାର୍ଥୀ ଭରିଲେଣି ନାମାଙ୍କନ । କିନ୍ତୁ ଦଳ ଗୁଡିକ ଏବେ ଯାଏଁ ନେତାଙ୍କୁ କରିପାରୁନାହାନ୍ତି ସନ୍ତୁଷ୍ଟ । ଜାରି ରହିଛି ଦଳଡିଆଁ ପର୍ବ । ଅସନ୍ତୁଷ୍ଟଙ୍କ ନିଆଁରେ ଘିଅ ଢାଳି ପ୍ରତିଦ୍ୱନ୍ଦୀ ଦଳ ନିଜ ଘରକୁ ଆଣି କରୁଛନ୍ତି ସନ୍ତୁଷ୍ଟ । ଖାଲି ନେତା ନୁହନ୍ତି ଏଥିରେ ଅଭିନେତା ଓ ଅଭିନେତ୍ରୀମାନଙ୍କ ନାମ ବି ରହିଛି । ଆମଦାନୀ ନେତାଙ୍କ ପାଇଁ ନିଜର ତୁଙ୍ଗ ନେତାଙ୍କୁ ବି ବାଦ ଦେବାକୁ ପଛାଉନାହାନ୍ତି ଦଳ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କଠୁ ୨୪ ମହାଲେଢଇରେ ଅସନ୍ତୁଷ୍ଟଙ୍କ ଦଳ ଅଦଳବଦଳ ଆରମ୍ଭ ହୋଇଥିଲା । ଏହି କ୍ରମରେ ଯୋଡି ହେଲା ଅନେକ ତୁଙ୍ଗନେତାଙ୍କ ନାଁ । ଦିନେ ବିଜେଡି ପାଇଁ ଅଲୋଡା ହୋଇପଡିଥିବା ବରିଷ୍ଠ ନେତାଙ୍କ ପିଲା ବି ସେହି ଦଳକୁ ଫେରି ନେଲେ ବାପାଙ୍କ ସ୍ଥାନ ।

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଓ ନଳିନୀ ମହାନ୍ତି ପୁଅ ଅଂଶୁମାନ ମହାନ୍ତି । ବିଜେପି ଓ କଂଗ୍ରସେରୁ ଆସିଥିବା ନେତାଙ୍କ ସଂଖ୍ୟ କମ୍ ନୁହେଁ । ମନ୍ମଥ ରାଉତରାୟ, ଭୃଗୁ ବକ୍ସିପାତ୍ର, ସୁରେନ୍ଦ୍ର ସିଂଭୋଇ, ଲେଖାଶ୍ରୀ ସାମନ୍ତସିଂହାର, ପରିଣୀତା ମିଶ୍ର ,ଅଧିରାଜ ପାଣିଗ୍ରାହୀ, ରୋହିତ ଯୋଶେଫ୍ ତିର୍କୀ, ପ୍ରକାଶ ବେହେରା, ଅରୁନ୍ଧତୀ କୁମାରୀ ଦେବୀ, ଦିଲ୍ଲୀପ ନାୟକ, ସୁକାନ୍ତ ନାୟକ, ଗଣେଶ୍ୱର ବେହେରା ଓ ବର୍ଷା ପ୍ରିୟଦର୍ଶନୀଙ୍କ ଭଳି ପ୍ରମୁଖ ଚେହେରା ଶଙ୍ଖ ଫୁଙ୍କିଛନ୍ତି । ପଦ୍ମ ଶିବିରକୁ ବି ଲାଗିଛି ଲମ୍ବା ଲାଇନ । ସାଂସଦ ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି , ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ରମେଶ ସାଏଙ୍କ ସହ ପ୍ରଭାସ ସିଂ,ପ୍ରମୋନନ୍ଦ ନାୟକ, ଅରବିନ୍ଦ ଢାଲି, କୈଳାସ କୁଲେସିକାଙ୍କ ଭଳି ଅନେକ ଚର୍ଚ୍ଚିତ ବ୍ୟକ୍ତି ବିଜେପିରେ ହୋଇଛନ୍ତି ସାମିଲ ।

ସେପଟେ ପଛରେ ପଡିନି କଂଗ୍ରେସ । ଘର ବାହୁଡା କରିଛନ୍ତି ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ, ସିପ୍ରା ମଲ୍ଲିକ, ସନ୍ତୋଷ ଜେନାଙ୍କ ଭଳି ପ୍ରମୁଖ ଚେହେରା ହାତ ଧରିଛନ୍ତି । ଦଳ ପରିବର୍ତ୍ତନ ନେତାଙ୍କ ରାଜନୀତିକ ଯାତ୍ରାରେ ହେବ ୟୁଟର୍ଣ୍ଣ । ୧୯ରେ ହୁଏତ ଜୟନ୍ତ ଷଡଙ୍ଗୀ, ସୁକାନ୍ତ ନାୟକ ଓ କୁସୁମ ଟେଟେଙ୍କ ଭଳି ନେତା ହୋଇଯାଇ ଥିଲେ ସକ୍ସସେସ । ଅସନ୍ତୁଷ୍ଟ ଓ ସନ୍ତଷ୍ଟୁ ଏବେ ବି ନେତାଙ୍କ ଭିତରେ ଜାରି ରହିଥିବା ବେଳେ କିନ୍ତୁ ଏମାନଙ୍କ ଭାଗ୍ୟ ଭବିଷ୍ୟତ ବାଜିରେ ଲାଗିଛି । ପ୍ରତ୍ୟେକ ଟି ମୁହୁର୍ତ୍ତରେ ଦେଉଛନ୍ତି ଅଗ୍ନୀ ପରୀକ୍ଷା । ଜୁନ ୪ରେ ମତଦାନର ଫଳାଫଳ ବାହାରିବା ପରେ ହିଁ ଜଣାପଡିବ କିଏ ନିଆଁରେ ହେଉଛି ପାଉଁସ ଆଉ କିଏ ପାଉଛି ବଞ୍ଚିବାର ବରଦାନ । ନଚେତ୍ ସବୁଦିନ ପାଇଁ ହୁଏତ ରାଜନୀତିକ ଯାତ୍ରାରେ ପଡିପାରେ ପୂର୍ଣ୍ଣଛେଦ ।

Leave A Reply

Your email address will not be published.