ନାଗାଲାଣ୍ତ(ବଡ଼ ଖବର ବ୍ୟୁରୋ):ନାଗାଲାଣ୍ତର ପ୍ରାୟ ୬ ଟି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଜିରୋ ଭୋଟ କାଉଣ୍ଟ ହୋଇଛି । ନିର୍ବାଚନକୁ ବୟକଟ୍ କରିବାକୁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦିଆଯାଇଛି । ଅନ୍ୟପଟେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବାରୁ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, ENPO କୁ ନୋଟିସ ଜାରି କରିଛନ୍ତି । ଏକ ବିବୃତ୍ତିରେ ବରିଷ୍ଠ ସର୍ଭେ ଅଧିକାରୀ କହିଛନ୍ତି ଯେ ସାଧାରଣ ନିର୍ବାଚନରେ ଭୋଟ୍ ଦେବା ପାଇଁ ପୂର୍ବ ନାଗାଲାଣ୍ଡ ଅଞ୍ଚଳରେ ନିଜ ଶକ୍ତି ବ୍ୟବହାର କରି ଅଯଥା ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରାଯାଇଛି । ଏନେଇ ENPO ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ENPO ଏହାର ପ୍ରତିକ୍ରିୟାରେ କହିଛି ଯେ, ଆମର ମୂଳ ଲକ୍ଷ୍ୟ ହେଉଛି, ପୂର୍ବ ନାଗାଲାଣ୍ଡ ଅଞ୍ଚଳରେ ବିଶୃଙ୍ଖଳା ହେବାର ସମ୍ଭାବନାକୁ ହ୍ରାସ କରିବା ।