Masthead

ଏସଆଇ ମାଆଙ୍କ ହତ୍ୟା ଘଟଣା ଉପରୁ ଉଠିଲା ପରଦା

ବିଞ୍ଝାରପୁର (ବଡ଼ ଖବର ବ୍ୟୁରୋ): ମଧୁସୂଦନପୁର ପୋଲିସ ଏସଆଇ ମାଆଙ୍କ ହତ୍ୟା ଘଟଣା ଉପରୁ ଉଠିଲା ପରଦା । ମୁଖ୍ୟ ଅଭିଯୁକ୍ତ ହେଉଛି ମହିଳାଙ୍କ ସ୍ୱାମୀ । ସମ୍ପତି ଲୋଭ ଓ ପାରିବାରିକ କଳହକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ସ୍ଵାମୀ ଅଲେଖ । ସ୍ଵାମୀ ଅଲେଖ ବେହେରା ଓ ତାର ଆଉ ଜଣେ ସହଯୋଗୀ ବାଦଲ ବେହେରାଙ୍କୁ ଗିରଫ କରିଛି ବିଂଝାରପୁର ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା । ଗତ ୧୫ ତାରିଖ ମଧୁସୁଧନପୁର ଆତଙ୍କନାଶକ ଉଚ୍ଚ ବିଦ୍ୟାଳୟ ବାଳକ ଶୌଚାଳୟରୁ ମିଳିଥିଲା ବିନୋଦିନୀଙ୍କ ମୃତ ଦେହ ।

ପ୍ରଥମେ ଏହା ସୁନା ଲୁଟ କାରଣରୁ ହତ୍ୟା କରାଯାଇଥିବା ବିଂଝାରପୁର ପୋଲିସ ସଂନ୍ଦେହ କରିଥିଲା ପରେ ସିସିଟିଭି ଓ ମୋବାଇଲ ଟ୍ରାକିଙ୍ଗ ଆଧାରରେ ମୁଖ୍ୟ ଅଭିଯୁକ୍ତ ପାଖରେ ପହଁଚିଥିଲା ବିଂଝାରପୁର ପୋଲିସ । ଅଲେଖ ବେହେରା ଓ ତାର ସହଯୋଗୀ ବାଦଲ ବେହେରା ବିନୋଦିନୀଙ୍କୁ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଥିଲେ । ଦୁଇ ଅପରାଧୀଙ୍କୁ ଧରି ପୋଲିସ ପ୍ରଥମେ କ୍ରାଇମ ସିନ ରିକ୍ରିଏସନ କରିବା ସହ ହତ୍ୟାରେ ବ୍ୟବହୃତ ଲୁହା ରଡ଼କୁ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ଅଲେଖ ବେହେରା ଓ ସହଯୋଗୀ ବାଦଲ ବେହେରାଙ୍କୁ କୋଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା