Before Header

ପୁରୀ ବେଳାଭୂମିକୁ ମିଳିଲା ବ୍ଲୁ ଫ୍ଲାଗ୍ ମାନ୍ୟତା

0 237

ପୁରୀ, (ବଡ଼ ଖବର ବ୍ୟୁରୋ) : ବିଶ୍ୱସ୍ତରରେ ପୁରୀ ବେଳାଭୂମିର ମାନ୍ୟତା ବୃଦ୍ଧି ପାଇଛି । ପୁରୀର ବେଳାଭୂମକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଛି । ଡେନମାର୍କର ଫେଡେରେସନ୍ ଅଫ୍ ଏନଭରମେଣ୍ଟାଲ୍ ଏଜୁକେସନ ଓ ଆନ୍ତର୍ଜାତିକଜୁରୀ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପ୍ରଦାନ କରିଛନ୍ତି । ଆର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଦେଶର ୮ଟି ବେଳାଭୂମିରେ ଉଡିଥିଲା ଆଇ ଆମ୍ ସେଭିଂ ମାଇଁ ବିଚ୍ ଫ୍ଲାଗ୍ । ଆଜି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏହି ୮ଟି ବେଳାଭୂମି ମଧ୍ୟରୁ ପୁରୀ ସ୍ଥାନ ପାଇଛି। ଗାନ୍ଧୀଘାଟ ଠାରୁ ହୋଟେଲ ମେଁ ଫେୟାର୍ ପର୍ୟ୍ୟନ୍ତ ୯୦୦ ମିଟର ଅଞ୍ଚଳକୁ ବ୍ଲୁ ଫ୍ଲାଗ ବିଚ୍ ଭାବେ ଚିହ୍ନଟ କରାଯାଇଛି ।

୧୫୦ ମିଟର ଲମ୍ବ ଓ ୩୫ ମିଟର ଓସାରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗାଧେଇବା ଓ ପହଁରିବା ପାଇଁ ନିରାପଦ ସ୍ଥାନ ଭାବରେ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳରେ ଜଳର ଉତ୍ତମ ଗୁଣବତ୍ତା, ଜୀବନ ସୁରକ୍ଷା ଏବଂ ପରିବେଶ ପରିଚାଳନାର ମାନ ସହିତ ପରିବେଶ ଶିକ୍ଷାର ସଚେତନତା ସୃଷ୍ଟି କରାଯାଉଛି । ଯାହାକୁ ପର୍ୟ୍ୟଟକଙ୍କ ମହଲରେ ସ୍ୱାଗତ କରାଯାଇଛି । ଡେନମାର୍କର ଫାଉଣ୍ଡେସନ ଅଫ୍ ଏନଭରମେଣ୍ଟାଲ୍ ଏଜୁକେସନ ସଂସ୍ଥାର ୩୩ଟି ମାନଦଣ୍ଡକୁ ନେଇ ବ୍ଲୁ ଫ୍ଲାଗ ବିଚ ପ୍ରକଳ୍ପ କରାଯାଇଥିଲା ।

ଏହି ଅଞ୍ଚଳରେ ଜଳକ୍ରୀଡା, ମାଛ ଧରିବା, ଖୋଲା ମଳତ୍ୟାଗ, ଆବର୍ଜନାର ନିର୍ଗମନ ଆଦି କାର୍ୟ୍ୟକୁ ବାରଣ କରାଯାଇଛି। ଏହି ପ୍ରକଳ୍ପ ମଧ୍ୟରେ ପର୍ୟ୍ୟଟକ ଅଭ୍ୟର୍ଥନା କେନ୍ଦ୍ର, ବାଥିଂ କମ୍ପେ୍ଳକ୍ସ ଓ ପବ୍ଲିକ୍ ଟଏଲେଟର ବ୍ୟବସ୍ଥା ରହିଛି । ଯାତ୍ରୀ ବସିବା ପାଇଁ ଆରାମ୍ ଚେୟାର, ଛତା, ଶୌଚାଳୟ, ଓ ଷ୍ଟ୍ରିଟ୍ ଲାଇଟ ଲଗାଯାଇଛି। ସମୁଦ୍ର ଲୁଣିପାଣି କ୍ଷତି ନକରିବା ନିମନ୍ତେ ତ୍ରିପୁରାରୁ ଆସିଥିବା ବାଉଁଶରେ ନିର୍ମାଣ କାର୍ୟ୍ୟ ହୋଇ ରାସାୟନିକ ପ୍ରଲେପ ଦିଆଯାଇଛି । ଏଥିସହ ଜଳ ବିଶୋଧକ, ମହିଳା ଓ ପୁରଷ ଶୌଚାଳୟ ସମେତ ଆବର୍ଜନା ପରିଚାଳନା ପ୍ଲାଣ୍ଟ ହୋଇଛି । ପ୍ରକଳ୍ପିତ ବେଳାଭୂମିରେ ପିଲାମାନଙ୍କ ଖାଇବା ନିମନ୍ତେ ବ୍ୟବସ୍ଥା ସହ ଜଗିଙ୍ଗ, ଜିମ୍, ସାମୁଦ୍ରିକ କ୍ରୀଡା, ସମୟ ଅତିବାହିତ ପାଇଁ ସ୍ୱତନ୍ତ୍ର ଶିବିର ଓ ଖଣ୍ଡେଲାଇଟ୍ ସଖୀ ମୂର୍ତ୍ତି ରଖାଯାଇଛି। ମାତ୍ର ୨୦ ଟଙ୍କାର ଟିକେଟରେ ୩ଘଣ୍ଟା ଓ ୫୦ ଟଙ୍କାର ଟିକେଟରେ ଦିନତମାମ ପର୍ୟ୍ୟଟକ ବ୍ଲୁ ଫ୍ଲାଗ ବିଚରେ ସମସ୍ତ ପ୍ରକାର ସୁବିଧା ପାଇପାରିବେ।
ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପାଇବା ପରେ ପୁରୀ ସହରବାସୀ, ଗଣମାଧ୍ୟମ ପ୍ରତିନିଧି ଓ ସହଭାଗୀମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ ଦେଢ଼ ବର୍ଷର ପରିଶ୍ରମ ଆଜି ସାକାର ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.