ଶାଢୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବିଷମକଟକ (ବଡ଼ ଖବର ବ୍ୟୁରୋ): ବେକରେ ଶାଢୀ ଲଗେଇ ମହିଳାଙ୍କ ଆତ୍ମହତ୍ୟା । ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ପରିବାର ଆଣିଛନ୍ତି ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଭାତପୁର ପଞ୍ଚାୟତର ହିକିରିଝୁଲା ଗ୍ରାମରେ। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ହିକିରିଝୁଲା ଗ୍ରାମର ବଳରାମ ଉଲାକାଙ୍କ ସ୍ତ୍ରୀ ନୀଲାଇ ହିକକା ବେକରେ ଶାଢୀ ଲଗାଇ ଆତ୍ମାହତ୍ୟା କରିଛନ୍ତି । ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବାନେଇ ତାଙ୍କ ସ୍ୱାମୀ ସ୍ତ୍ରୀଙ୍କ ପରିବାରଲୋକଙ୍କୁ ଜଣେଇଥିଲେ।

ପରିବାର ଲୋକେ ହିକିରିଝୁଲା ଗ୍ରାମରେ ପହଁଞ୍ଚି ବିଷମକଟକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ଅନ୍ୟପଟେ ନୀଲାଇଙ୍କ ସ୍ୱାମୀ ବଳରାମ ଉଲାକା ଅନ୍ୟ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ବାରମ୍ବାର ନିଜ ସ୍ତ୍ରୀଙ୍କୁ ନିର୍ୟାତନା ଦେଇ ଆସୁଥିବା ନେଇ ପରିବାର କହିଛନ୍ତି। ନୀଲାଙ୍କୁ ପ୍ରଥମେ ହତ୍ୟା କରାଯାଇ ପରବର୍ତ୍ତୀ ସମୟରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ନୀଲାଇଙ୍କ ଭଉଣୀ। ପରିବାରର ଅଭିଯୋଗକୁ ଆଧାର କରି ସ୍ୱାମୀ ବଳରାମ ଉଲାକାଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ