‘ଚିରାଗ ପାସୱାନ ବିଶ୍ବାସଘାତକ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ଜନଶକ୍ତି ପାର୍ଟିର ସାଂସଦ ମେହବୁବ ଅଲି କେସର ଚିରାଗ ପାସୱାନଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଚିରାଗ ପାସୱାନ୍ ମୋସହ ବିଶ୍ୱାସଘାତକତା କରିଛନ୍ତି। ଆରଜେଡିରେ ଯୋଗଦେବା ପରେ ମେହବୁବ ଅଲି ଏହି କଥା କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ଟିକେଟ ନ ପାଇ ଅସନ୍ତୁଷ୍ଟ ହୋଇ ମେହବୁବ ଅଲି କେସର ଏଲଜେପି ଛାଡି ଆରଜେଡିରେ ଯୋଗ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଆରଜେଡି ମେହବୁବ ଅଲି କେସରଙ୍କୁ ଦଳରେ ସ୍ୱାଗତ କରିଛି।

ଏଲଜେପି ଛାଡି ଆରଜେଡିରେ ଯୋଗ ଦେଇଥିବା ମେହବୁବ ଅଲି ଏଲଜେପି ସଭାପତି ଚିରାଗ ପାସୱାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଚିରାଗ ପାସୱାନଙ୍କୁ ବିଶ୍ବାସଘାତକ ବୋଲି କହିଛନ୍ତି। ମେହବୁବ ଅଲି କହିଛନ୍ତି ଯେ ମୁଁ ଘରକୁ ଫେରି ଆସିଛି, ଯେଉଁଥିପାଇଁ ମୁଁ ବହୁତ ଖୁସି। ୧୭ ମାସରେ, ତେଜସ୍ୱୀ ଯାଦବ ୫ ଲକ୍ଷ ଯୁବବର୍ଗଙ୍କୁ ଚାକିରି ଦେଇଥିଲେ। ସେଥିପାଇଁ ମୁଁ ତେଜସ୍ୱୀ ଯାଦବଙ୍କର ଜଣେ ବଡ଼ ପ୍ରଶଂସକ। ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ଆରଜେଡିକୁ ସଦୃଢ଼ କରିବା ପାଇଁ କାମ କରିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ