ଗଙ୍ଗାନଦୀରୁ ଉଦ୍ଧାର ହେଲା ଶିଶୁକନ୍ୟା

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ପୁରାଣ ମହାଭାରତରେ ବର୍ଣ୍ଣନା ଅଛି ରାଜକୁମାରୀ କୁନ୍ତୀ ତାଙ୍କ ନବଜାତ ପୁଅ କର୍ଣ୍ଣଙ୍କୁ ଏକ ମଞ୍ଜୁସାରେ ରଖି ନଦୀରେ ଭସାଇ ଦେଇଥିଲେ । ପାଉ କର୍ଣ୍ଣଙ୍କୁ ନଦୀରୁ ଉଦ୍ଧାର କରି ଅଦିରଥ ପାଳିଥିଲେ । ଆମେ ଆପଣଙ୍କୁ ଏକଥା କହିବାର ଉଦ୍ଦେଶ୍ୟ ହେଉଛି, ସେଭଳି ଏକ ଝିଅ ଗଙ୍ଗାନଦୀରୁ ଉଦ୍ଧାର ହୋଇଛି । ୨୧ଦିନର ଗୋଟିଏ ଶିଶୁକନ୍ୟାକୁ କେହି କାଠବାକ୍ସରେ ରଖି ଗଙ୍ଗାନଦୀରେ ଭସାଇଦେଇଥିଲା । ବୁଧବାର ଉତ୍ତରପ୍ରଦେଶ ଘାଜିପୁରର ଗଙ୍ଗାନଦୀରୁ ଏହି ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ନଦୀର ସ୍ରୋତରେ ଭାସିଯାଉଥିବା କାଠବାକ୍ସ ଭିତରୁ କିଛି ଲୋକ ଶିଶୁର ବିକଳ ଚିକ୍ରାର ଶୁଣିଥିଲେ । ପରେ ସେମାନଙ୍କ ମଧ୍ୟରୁ ଜଣେ ନଦୀକୁ ଡେଇଁ କାଠବାକ୍ସକୁ କୂଳକୁ ଆଣିଥିଲେ ।

ଆଉ କାଠବାକ୍ସ ଖୋଲିବା ପରେ ଦନୀକୂଳରେ ରୁଣ୍ଡ ହୋଇଥିବା ଲୋକମାନେ ଚକିତ ହୋଇଯାଇଥିଲେ । ସ୍କାର୍ପରେ ଗୁଡାଯାଇଥିବା ୨୧ଦିନର ଶିଶୁ ନିକଟରେ ତାର ଯାତକ ଓ ଦେବଦେବୀଙ୍କ ଫଟୋ କାଠବାକ୍ସ ଭିତରେ ରଖାଯାଇଥିଲା । ଏହି ଶିଶୁକୁ ଉଦ୍ଧାର କରିଥିବା ଲୋକ ଜଣକ କହିଛନ୍ତି, ତାଙ୍କୁ ଗଙ୍ଗାମାତା ଏହି ଶିଶୁକନ୍ୟା ଦେଇଛନ୍ତି । ଗଙ୍ଗାମାତାଙ୍କ ଆଶୀର୍ବାଦରୁ ଶିଶୁକନ୍ୟାକୁ ପାଇଥିବାରୁ ତା’କୁ ଳାଳନପାଳନ କରି ଭଲ ମଣିଷ କରିବେ ଡାକ୍ତରୀ ପରୀକ୍ଷା ପରେ ଶିଶୁକନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ