Masthead

ଜମିଜମା ବିବାଦକୁ ନେଇ ରକ୍ତମୁଖା ଭଣଜା

ବାଲିଗୁଡା (ବଡ଼ ଖବର ବ୍ୟୁରୋ): ବାଲିଗୁଡ଼ା ଥାନା ଆଣ୍ଟସାହିରେ ଚାଞ୍ଚଲ୍ୟ। ଘର ନିର୍ମାଣକୁ ନେଇ ମାମୁଁ ଓ ଭଣଜା ମୁହାଁମୁହିଁ। ରକ୍ତମୁଖା ହେଲେ ଭଣଜା ଏମଡି ଆଶରଫ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଣଜା ଆଶ୍ରଫଓ ତା ତିନି ପୁଅ ମିଶି ପ୍ରଥମେ ଆଲାଉଦିନଙ୍କ ମୁହଁରେ ଲଙ୍କା ଗୁଣ୍ଡ ମାରି ବେହୋଶ କରିଥିଲେ ଓ ପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ମାମୁଁ ଆଲାଉଦ୍ଦିନ ଓ ତାଙ୍କ ଦୁଇ ପୁଅଙ୍କୁ ମାରଣାତ୍ମକ ଆକ୍ରମଣ କରିଥିଲେ ।

ମୁଣ୍ଡରେ ଗଭୀର ଆଘାତ ଲାଗିଛି। ରକ୍ତ ଜୁଡୁବୁଡୁ ଗୁରୁତର ଅବସ୍ଥାରେ ମାମୁଁ ଆଲାଉଦିନଙ୍କୁ ଉଦ୍ଧାର କରିଛନ୍ତି ମସଜିଦ ସାହିର ଗ୍ରାମବାସୀ। ବର୍ତ୍ତମାନ ଉକ୍ତ ଘଟଣାରେ ସମୁଦାୟ ୭ ଜଣ ଗୁରୁତର ଆହତ ହୋଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ ବୋଲି ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’