ଦକ୍ଷିଣାଞ୍ଚଳ ରେଞ୍ଜ ସମ୍ମିଳନୀ କକ୍ଷରେ ସମୀକ୍ଷା କଲେ ଅରୁଣ ଷଡଙ୍ଗୀ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଦିନିକିଆ ଗସ୍ତରେ ରାଜ୍ୟ ପୋଲିସ ମହା ନିର୍ଦେଶକ ଅରୁଣ ଷଡ଼ଙ୍ଗୀ। ଦକ୍ଷିଣାଞ୍ଚଳ ରେଞ୍ଜ ସମ୍ମିଳନୀ କକ୍ଷରେ କଲେ ସମୀକ୍ଷା। ଆସନ୍ତା ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ପାରିବ ସେ ନେଇ ସମୀକ୍ଷା କରିଥିଲେ। ଅବାଧ ,ନିରପେକ୍ଷ ନିର୍ବାଚନ ସହିତ ଅପରାଧୀ ମାନଙ୍କ ଉପରେ ତିଖଣ ନଜର ଏବଂ ୱାରେଣ୍ଟ ବଳରେ ସମସ୍ତ ଅପରାଧୀଙ୍କୁ ଗିରଫ କରିବାକୁ ନେଇ ଆଲୋଚନା କରିଥିଲେ।

ଏଥି ସହିତ ସମ୍ବେଦନଶୀଳ ବୁଥରେ କିଭଳି ଅଧିକା ଗୁରୁତ୍ୱ ଦିଆଯିବ ସେ ନେଇ ଆଲୋଚନା କରିଥିଲେ। ନସ୍କଲ ପ୍ରବଣ ଅଞ୍ଚଳରେ ଅଧିକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ, ନିର୍ବାଚନ ସମୟରେ ସାଇବର ଠକେଇ ଠାରୁ ଦୂରେଇ ରହିବା, ବେଆଇନ ଗଞ୍ଜେଇ ଚାଲାଣ ଉପାରେ କଡା ନଜର ରଖାଯାଇଛି, ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବଳି ଡିଜିପି ଶ୍ରୀ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ଅବସରରେ ଅତିରିକ୍ତ ଡିଜିପି ସଞ୍ଜୟ କୁମାର,ଦେବଦତ୍ତ ସିଙ୍ଗ, ଗୁଇନ୍ଦା ଆଇଜି ଅନୁପ ସାହୁ, ଡିଆଇଜି କାନୱାର ବିଶାଳ ସିଙ୍ଗ, ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଜେ ଏନ ପଙ୍କଜ, ଗଞ୍ଜାମ ଏସ୍ପି ଜଗମୋହନ ମୀନା, ବ୍ରହ୍ମପୁର ଡିଆଇଜି ଡା ସାର୍ଥକ ଷଡ଼ଙ୍ଗୀ, କନ୍ଧମାଳ ଏସ୍ପି ସୁଭେନ୍ଦୁ ପାତ୍ର, ବୌଦ୍ଧ ଏସ୍ପି ରାଜ୍ ପ୍ରସାଦ, ଗଜପତି ଏସ୍ପି ଏସ୍.ସ୍ବାତୀ କୁମାର ଙ୍କୁ ନେଇ ଏହି ସମୀକ୍ଷା ହୋଇଥିଲା । ଏସ୍ପି ମାନେ ନିଜ ଅଞ୍ଚଳର ଅପରାଧ ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ପୁଲିସ ଡ଼ିଜିପିଙ୍କୁ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ